ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୧୫-୦୩-୨୦୨୨)

ମେଷ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି । ବନ୍ଧୁବାନ୍ଧବଙ୍କ ସହ ମନାନ୍ତର ହୋଇପାରେ । ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟରେ ମନ୍ଥର ରହିବ। ଶିକ୍ଷାର୍ଥୀ ଅସଫଳ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।

ବୃଷ: ସମାଜରେ ଉତ୍ତମ ଆସନରେ ଅଳଂକୃତ ହେବେ। ଭ୍ରାତୃଭଗ୍ନୀଙ୍କ ସହଯୋଗ ମିଳିବ। ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଆୟବୃଦ୍ଧି ହେବ । ଶିକ୍ଷାର୍ଥୀ ଉଚ୍ଚମନା ହେବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍।

ମିଥୁନ: କର୍ମକ୍ଷେତ୍ରରେ ସହଯୋଗ ମିଳିବ। କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ଗୋଲାପି।

କର୍କଟ: କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ । ରାଜନ ସୁନାମ ପାଇବେ। ମହିଳାମାନେ ଯଶ ପାଇବେ। ବାଣିଜ୍ୟରେ ପ୍ରସାର ହେବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲ୍‌ଭର

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟିରେ ଅନିଶ୍ଚିତତା ଭିତରେ ଗତି କରିବେ । ବ୍ୟୟବୃଦ୍ଧି ଓ ମନସ୍ତାପ ଦେଖାଦେବ । ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟ ମନ୍ଥର ରହିବେ । ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍ ।

କନ୍ୟା: ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ଚାକିରିରେ ନିଷ୍ଠା ରହିବ । ରାଜନୀତିରେ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷ ସଫଳ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲ୍‌ଭର୍ ।

ତୁଳା: ଚତୁରତା ସହ କାର୍ଯ୍ୟହାସଲ କରିବେ । ସାଂସାରିକ ଉତ୍ତମ ବୁଝାମଣା ରହିବ ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ।

ବିଛା:କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ । ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ରହିବେ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ଗୋଲଡେନ୍‌।

ଧନୁ: କର୍ମକ୍ଷେତ୍ର ପରିସର ବୃଦ୍ଧି ପାଇବ। ଚାକିରିରେ ଧନ ସମ୍ମାନ ପାଇବେ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ପରିବହନ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ | ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା

ମକର: କେତେକ କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ । ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ । ଚାକିରିରେ ସମସ୍ୟା ରହିବ। ବାଣିଜ୍ୟରେ ସଧାରଣ ଫଳ ମିଳିବ । ଶିକ୍ଷାର୍ଥୀ ଅଳସ୍ୟ ରହିବେ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ- ମେଟାଲିକ୍ ।

କୁମ୍ଭ: କର୍ମକ୍ଷେତ୍ର ସମସ୍ୟା ବହୁଳ ରହିବ | ରାଜନୀତିରେ ଉତ୍ତେଜନା ପରିସ୍ଥିତି ରହିପାରେ। ମହିଳାମାନେ ନିଜକୁ ହେୟ ମନେ କରିବେ। ବାଣିଜ୍ୟରେ ଚିନ୍ତାଜନକ ପରିସ୍ଥିତି ରହିବ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ |

ମୀନ: ବିଭିନ୍ନ ଉପାୟରେ ଅର୍ଥାଗାମ ହୋଇପାରେ। ଚାକିରିରେ ଉଚ୍ଚ ପ୍ରଶଂସା ପାଇବେ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ ନିଷ୍ଠାପର ରହିବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍।

Leave A Reply

Your email address will not be published.