ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୧୪-୦୩-୨୦୨୩)

ମେଷ: ଚତୁରତାର ସହ କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ମହିଳାମାନେ ସ୍ବାଭିମାନୀ ହେବେ। ରାଜନୀତିରେ ଉଚ୍ଚସମ୍ମାନ ପାଇବେ। ବାଣିଜ୍ୟରେ ଭଲ ଆୟ ହେବ।

ବୃଷ: ଦିନଟିରେ କାର୍ଯ୍ୟମନ୍ଥର ସହ ଖର୍ଚ୍ଚାନ୍ତ ଦେଖାଦେବ। ସାଂସାରିକ ଭୁଲ୍‌ ବୁଝାମଣା ରହିବ। ସମାଜରେ ଲୋକପ୍ରିୟତା ହ୍ରାସ ପାଇବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ।

ମିଥୁନ: ପରିଶ୍ରମର ଫଳ ପାଇବେ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। କର୍ମକ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ ରହିବେ। ମହିଳାମନେ ଉତ୍ସାହିତ ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ।

କର୍କଟ: କୌଣସି କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। କର୍ମକ୍ଷେତ୍ରରେ ଅବହେଳା ରହିବ। ବାଣିଜ୍ୟରେ ବ୍ୟୟ ବହୁଳତା ରହିବ। ଶିକ୍ଷାର୍ଥୀ ଅସ୍ଥିରମନା ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: କର୍ମକ୍ଷେତ୍ରରେ ସୁଖସନ୍ତୋଷ ପ୍ରାପ୍ତି ହେବ। ଅତିଥିଙ୍କ ଆଗମନ ହୋଇପାରେ। ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ଆଶାଜନକ ଫଳ ପାଇବେ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ।

କନ୍ୟା: ଦିନଟି ବ୍ୟସ୍ତବିବ୍ରତ ରହିବେ। ରାଜନୀତିରେ ଉତ୍ତେଜନା ପରିସ୍ଥିତି ଦେଖାଦେଇ ପାରେ । ମହିଳାମାନେ ହତୋତ୍ସାହ ରହିବେ। ବାଣିଜ୍ୟ ଚିନ୍ତାଜନକ ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ।

ତୁଳା: ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ରାଜନୀତିରେ ନେତୃତ୍ବ ବୃଦ୍ଧି ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ।

ବିଛା: ବଡ଼ଧରଣର ସଫଳତା ପାଇପାରନ୍ତି। ରାଜନୀତିରେ ସକ୍ରିୟ ଭୂମିକା ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ।

ଧନୁ: ବାରମ୍ବାର ଚେଷ୍ଟା କରି ସୁଫଳ ପାଇବେ। ମହିଳାମାନେ ଧର୍ମ ପରାୟଣା ହେବେ। ବାଣିଜ୍ୟରେ ଲାଭ ମିଳିବ। ମହିଳାମାନେ ଜନସେବାରେ ବ୍ରତୀ ହେବେ।

ମକର: କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ଚାକିରିରେ ସମସ୍ୟା ଘେରରେ ରହିବେ। ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ।

କୁମ୍ଭ: ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ରାଜନୀତିରେ ପ୍ରଶଂସା ପାଇବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ।

ମୀନ: ଦେହ ଓ ମନ ଭଲ ରହିବ। ଆର୍ଥିକ ସ୍ବଚ୍ଛଳତା ରହିବ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ।ଶିକ୍ଷାର୍ଥୀ ଅନୁଶାସନ ପ୍ରିୟ ହେବେ।

Leave A Reply

Your email address will not be published.