ମଙ୍ଗଳବାର ରାଶିଫଳ ( ୧୨-୦୭- ୨୦୨୨ )

ମେଷ: ବିଭିନ୍ନ କ୍ଷେତ୍ରରୁ ସଫଳତା ହାସଲ କରିବେ। ବ୍ୟବସାୟୀଙ୍କ ଆୟ ବୃଦ୍ଧି ପାଇବ। ବନ୍ଧୁବାନ୍ଧଙ୍କଠାରୁ ଉପହାର ପାଇପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ।

ବୃଷ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ବ୍ୟବସାୟରେ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ। ସାମାଜିକ ସ୍ତରରେ ଲୋକପ୍ରିୟତା ହାସଲ କରିପାରିବେ।

ଏଥିସହିତ ପଢ଼ନ୍ତୁ

ମିଥୁନ: ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଚାପରେ ପଡ଼ିପାରନ୍ତି। ନିଜ କାର୍ଯ୍ୟ ପ୍ରତି ଦାୟିତ୍ବବାନ ହେବେ। କୌଣସି ନୂଆ ଯୋଜନାରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

କର୍କଟ: ଅନ୍ୟର ସହଯୋଗ ପାଇ ଆଗେଇବେ। ପରିବାରରେ ମହିଳାମାନେ ଆଦରଣୀୟା ହେବେ। ବ୍ୟବସାୟରେ ସନ୍ତୋଷଜନକ ଫଳ ମିଳିବ। ଜୀବନସାଥୀଙ୍କ ସହ ସମ୍ପର୍କ ସୁଦୃଢ଼ ହେବ।

ସିଂହ: ଦୀର୍ଘ ଦିନର ସ୍ବପ୍ନ ସାକାର ହେବ। ସାଂସାରିକ ସୁଖସମ୍ମାନ, ସମୃଦ୍ଧି ପ୍ରାପ୍ତି ହେବ। ବିଭିନ୍ନ କ୍ଷେତ୍ରରୁ ଧନ ପ୍ରାପ୍ତି ଯୋଗ ରହିଛି। ଛାତ୍ରଛାତ୍ରୀ କୃତିତ୍ବ ଅର୍ଜନ କରିବେ।

କନ୍ୟା: ବ୍ୟସ୍ତବିବ୍ରତ ଭିତରେ ଆଗେଇ ଚାଲିବେ। ହଠାତ୍‌ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ତଙ୍କ ସହଯୋଗ ପାଇବେ। ବ୍ୟବସାୟରେ ସାଧାରଣ ଫଳ ମିଳିବ। ଆର୍ଥିକ ପରିସ୍ଥିତି ଚିନ୍ତାଜନକ ରହିବ।

ତୁଳା: ଦୀର୍ଘ ଦିନର ଚିନ୍ତାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। କୋର୍ଟକଚେରୀ ମାମାଲାରେ ପଡ଼ିଯାଇ ପାରନ୍ତି।

ବିଛା: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ନୂତନ କାର୍ଯ୍ୟ କରିବାର ଯୋଜନା ପ୍ରସ୍ତୁତ କରିବେ। ଶତ୍ରୁମାନଙ୍କୁ ଉଚିତ ଶିକ୍ଷା ଦେବାରେ ସଫଳ ହେବେ। ପ୍ରିୟଜନଙ୍କ ସହ ଭ୍ରମଣଯୋଗ ରହିଛି।

ଧନୁ: ସାଂସ୍କୃତିକ ପରିବେଶରେ ଯୋଗଦାନ କରିପାରନ୍ତି। ମହିଳାମାନେ ରକ୍ଷଣଶୀଳା ହେବେ। ନୂତନ ନିବେଶରୁ ଲାଭାନ୍ବିତ ହେବେ। କୌଣସି ଖୁସି ଖବର ପାଇଁ ଆନନ୍ଦିତ ହେବେ।

ମକର: ବନ୍ଧୁବାନ୍ଧବଙ୍କଠାରୁ ଆର୍ଥିକ ସହାୟତା ପାଇବେ। କ୍ୟାରିୟରରେ ଉନ୍ନତି କରିବା ପାଇଁ ଗୁରୁଙ୍କ ସହଯୋଗ ପାଇବେ। ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ।

କୁମ୍ଭ: ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି। ବନ୍ଧୁବାନ୍ଧବଙ୍କର ସହଯୋଗ ମିଳିବ। ରାଜନୀତିରେ ସମ୍ମାନିତ ହେବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଯଶ ପାଇବେ।

ମୀନ: ବିଭିନ୍ନ ଉପାୟରେ ଉପାର୍ଜନ କରିବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ସଫଳତା ପାଇବେ।

Leave a comment