ମଙ୍ଗଳବାର ରାଶିଫଳ (୧୧-୦୫-୨୦୨୧)

ମେଷ:ଅସ୍ଥିରତା କାରଣରୁ କେତେକ ସ୍ଥଳେ ତ୍ରୁଟି କରିପାରନ୍ତି। ଚାକିରିରେ କାର୍ଯ୍ୟ ବହୁଳ ରହିବ। ପ୍ରଶାସନିକ ସମସ୍ୟା ରହିବ। ବାଣିଜ୍ୟରେ ଚିନ୍ତାଜନକ ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍
ବୃଷ:ବହୁ ଚେଷ୍ଟା କରି ସମସ୍ୟାରୁ ମୁକ୍ତି ପାଇବେ। ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ମହିଳାମାନେ ଗୃହକାର୍ଯ୍ୟରେ ମନ ରଖିବେ । ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ
ମିଥୁନ:ସ୍ବପ୍ନ ସାକାର ହେବ। ଦେହ ଓ ମନ ଭଲ ରହିବ। ପ୍ରଶାସନିକ ଓ ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍
କର୍କଟ:ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ସାଂସାରିକ ସୁଖସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଲାଭ ମିଳିବ।
ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା
ସିଂହ:ଯୋଜନା ଫଳପ୍ରସୂ ହେବ ନାହିଁ। ଅନ୍ୟ ପାଇଁ ସମସ୍ୟାରେ ପଡିବେ। ମହିଳାମାନେ ବିରକ୍ତିମନା ହେବେ। ବାଣିଜ୍ୟରେ ମଧ୍ୟମ ଫଳ ମିଳିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍
କନ୍ୟା:କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ସାଂସାରିକ କଳହ ଓ ଅଶାନ୍ତି ରହିବ। ଚାକିରିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ ସମସ୍ୟା ରହିବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍
ତୁଳା:ଦିନଟି ପ୍ରସନ୍ନତା ଭିତରେ କଟିବ। ପ୍ରଶାସନିକ ପ୍ରଶଂସିତ ହେବେ। ଚାକିରିରେ ସହଯୋଗ ମିଳିବ। ଶିଳ୍ପ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ପାଇବେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ
ବିଛା:କର୍ମକ୍ଷେତ୍ରରେ ସହଯୋଗ ମିଳିବ। ରାଜନୀତିରେ ଶତ୍ରୁଜୟୀ ହେବେ। ମହିଳାମାନେ କର୍ମତତ୍ପର ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-କମଳା
ଧନୁ:ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସନ୍ତାନସନ୍ତତିକୁ ନେଇ ଚିନ୍ତା ରହିବ। ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ମାନ୍ଦା ରହିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ
ମକର:ଦିନଟିରେ ଚଳଚଞ୍ଚଳ ଓ କାର୍ଯ୍ୟ ସଫଳ ହେବ। ମହିଳାମାନେ ସଂସ୍କାରପ୍ରିୟ ହେବେ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଶୁଭ ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ
କୁମ୍ଭ:ବିଭିନ୍ନ ଉପାୟରେ ଆୟ କରିବେ। ଭାତୃଭଗ୍ନୀଙ୍କ ସହଯୋଗ ମିଳିବ। ଚାକିରିରେ ସମ୍ମାନ ବଢିବ। ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା
ମୀନ:ଦିନଟି ଆୟବ୍ୟୟ ସମାନ ରହିବ। ସାଂସାରିକ ସମସ୍ୟା ରହିବ। ପ୍ରଶାସନିକ ଚିନ୍ତାରେ ରହିବେ। ରାଜନୀତିରେ ପ୍ରତିକୂଳ ରହିବ। ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍