ମଙ୍ଗଳବାର ରାଶିଫଳ ( ୧୦-୦୮-୨୦୨୧ )

ମେଷ:ଯୋଜନା କରି ସଫଳ ହେବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ଶିଳ୍ପ, ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-କମଳା

ବୃଷ:ଦିନଟି ଖର୍ଚ୍ଚାନ୍ତ ଓ ମନସ୍ତାପରେ କଟିବ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ହତାଦର ହୋଇପାରନ୍ତି। ପରିବହନ ଓ ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ଆକାଶୀ

ଏଥିସହିତ ପଢ଼ନ୍ତୁ

ମିଥୁନ:କୌଣସି ବଡ ଧରଣର କାର୍ଯ୍ୟକୁ ତୁଲାଇବାରେ ସକ୍ଷମ ହେବେ। ମହିଳାମାନଙ୍କର ସ୍ବାଭିମାନ ଅକ୍ଷୁଣ୍ଣ ରହିବ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କର୍କଟ: ଆର୍ଥିକ କଥାକୁ କେନ୍ଦ୍ର କରି ବିବାଦ ଉପୁଜିପାରେ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ଚିନ୍ତାଜନକ ସ୍ଥିତି ରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ସିଂହ:ଦିନଟି ଚଳଚଞ୍ଚଳ ରହିବେ। ଦେହ ଓ ମନ ଭଲ ରହିବ। ଚାକିରିରେ ପ୍ରଶଂସିତ ହେବେ। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ସଫଳତା ମିଳିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

କନ୍ୟା: ବ୍ୟୟବହୁଳତା କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି। ଚାକିରିରେ ଚାପ ରହିବ। ମହିଳାମାନେ ଆଳସ୍ୟ ରହିବେ। ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

ତୁଳା:ସମାଜରେ ପ୍ରତିଷ୍ଠିତ ହେବେ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ।ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

ବିଛା:କର୍ମକ୍ଷେତ୍ରରେ ସହଯୋଗ ମିଳିବ। ମହିଳାମାନେ ଯଶକୀର୍ତ୍ତି ପାଇବେ। ରାଜନୀତିରେ ପ୍ରସିଦ୍ଧି ବଢିବ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ଧନୁ:କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ଚାକିରିରେ ନିଷ୍ଠା ରହିବ। ମହିଳାମାନେ ଧର୍ମପରାୟଣା ହେବେ। ପରିବହନ ଓ ବାଣିଜ୍ୟରେ ସଫଳତା ମିଳିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ଗୋଲାପି

ମକର: ଦିନଟିରେ ବିଷମ ପରିସ୍ଥିତି ରହିବ। ଚାକିରିରେ ଅପଦସ୍ତ ହୋଇପାରନ୍ତି। ମହିଳାମାନେ ହତୋତ୍ସାହ ରହିବେ। ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ମହିଳାମାନେ ସୁଖୀ ରହିବେ। ଚାକିରିରେ ପ୍ରଶଂସା ପାଇବେ। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ମୀନ: ପରିଶ୍ରମର ଫଳ ମିଳିବ। ଆର୍ଥିକ ସ୍ବଚ୍ଛଳତା ଦେଖାଦେବ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

Leave a comment