ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୧୦-୦୫-୨୦୨୨)

ମେଷ: ଆଜିର ଦିନରେ ମାନସମ୍ମାନ ବୃଦ୍ଧି ପାଇବ। ମନଧ୍ୟାନ ସହକାରେ କାର୍ଯ୍ୟ କରନ୍ତୁ। ନୂତନ ନିବେଶ ଜୀବନରେ ସମୃଦ୍ଧି ଆଣିପାରେ। କର୍ମକ୍ଷେତ୍ରରେ ପ୍ରଶଂସା ଭାଜନ ହେବେ।

ବୃଷ: ଦିନଟି ଅନୁକୂଳ ରହିବ। କଠିନ ପରିଶ୍ରମ କରି ସଫଳତା ପାଇବେ। ସକାରାତ୍ମକ ଭାବନା ଆସିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ।

ମିଥୁନ: ଆଜି ଦିନଟି ସନ୍ତୋଷରେ କଟିବ। କାହାକୁ ଧାର ଦେବା ଉଚିତ ହେବ ନାହିଁ। କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ। ପରିବାର ସଦସ୍ୟଙ୍କ ସାହାଯ୍ୟ ପାଇବେ। ଅର୍ଥପ୍ରାପ୍ତିର ଯୋଗ ରହିଛି।

କର୍କଟ: ଦିନଟି ମଧ୍ୟମ ଧରଣର ରହିବ। ଅର୍ଥକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: ସାହସିକତାର ସହ କାର୍ଯ୍ୟ କରି ସଫଳତା ପାଇବେ। ଆୟ ବ୍ୟୟ ସମାନ ରହିବ। କୌଣସି ସମସ୍ୟାର ସମାଧାନ ଘଟିବ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ମଧୁର ରହିବ।

କନ୍ୟା: ସମୟ ଅନୁକୂଳ ରହିବ। କାରବାରରେ ଅତ୍ୟଧିକ ଲାଭ ପାଇବେ। ଅର୍ଥ ଆଗମନର ଯୋଗ ରହିଛି। ଭ୍ରମଣଯୋଗ ରହିଛି। ପାରିବାରିକ ସମ୍ପର୍କ ସୁଦୃଢ଼ ହେବ।

ତୁଳା: ଆଜିର ଦିନରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମନ ବିଚଳିତ ରହିବ। ଅର୍ଥ କାରବାର ସମୟରେ ସର୍ତକତା ଅବଲମ୍ବନ କରନ୍ତୁ। ପ୍ରେମ ସମ୍ପର୍କରେ ବାଦବିବାଦ ଦେଖା ଦେଇପାରେ ।

ବିଛା: କୌଣସି ଶୁଭ ସମାଚାର ପାଇବେ। ମାନସମ୍ମାନ ବୃଦ୍ଧି ପାଇବ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ। ନୂତନ ନିଯୁକ୍ତି ସୁଯୋଗ ପାଇବେ।

ଧନୁ: ଆଜି ଦେହ ଓ ମନ ଭଲ ରହିବ। ନିଜ ଇଚ୍ଛା ଅନୁଯାୟୀ ଫଳ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। କର୍ମକ୍ଷେତ୍ରରେ ଏକାଗ୍ରତା ସହ କାର୍ଯ୍ୟ କରନ୍ତୁ। ନୂତନ ନିବେଶ କରିପାରନ୍ତି।

ମକର: କୌଣସି ନୂତନ ସୁଯୋଗରୁ ଫାଇଦା ଉଠାଇବେ। ପରିଶ୍ରମର ଫଳ ପାଇବେ। ନିଜ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ନୂତନ କାମ ଆରମ୍ଭ କରିପାରିବେ। ରାଜନୀତି କରୁଥିବା ଲୋକଙ୍କୁ ଉଚ୍ଚପଦ ମିଳିବ।

କୁମ୍ଭ: ମନରେ ଧାର୍ମିକ ଚିନ୍ତାଧାରା ଆସିବ। ବାଦବିବାଦ ପରିସ୍ଥିତି ଉପୁଜିପାରେ। ପରିବାର ସଦସ୍ୟଙ୍କ ସହାୟତା ପାଇବେ। କର୍ମକ୍ଷେତ୍ରରେ ସଫଳତା ପାଇବେ।

ମୀନ: ଆଜିର ଦିନଟି ମଧ୍ୟମ ଧରଣର ରହିବ। ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ। କୌଣସି ନୂତନ ବସ୍ତୁ କ୍ରୟ କରିବେ। ନବ ବିବାହିତ ଦମ୍ପତି ଭବିଷ୍ୟତ ପାଇଁ ଯୋଜନା ବନେଇବେ।

Leave A Reply

Your email address will not be published.