ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୦୭-୧୨-୨୦୨୧)

ମେଷ: କୌଣସି ବଡ଼ ଧରଣର କାର୍ଯ୍ୟ ତୁଲାଇ ପାରନ୍ତି। ମହିଳାମାନେ । ଆତ୍ମନିର୍ଭରଶୀଳ ହେବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ । ଶିକ୍ଷାର୍ଥୀମାନେ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା

ବୃଷ: ନୂତନ ଯୋଜନା ଫଳପ୍ରସୂ ହେବ। ରାଜନୀତିରେ ଜନସେବାରେ ବ୍ରତୀ ) ହେବେ। ମହିଳାମାନେ ସମ୍ମାନ ପାଇବେ। ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଅନୁଶାସନ ଭିତରେ ରହିବେ | ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା

ମିଥୁନ : କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ଚାକିରିରେ ସ୍ଥାନଚ୍ୟୁତ ) ହୋଇପାରନ୍ତି। ରାଜନୀତିରେ ବାଧାବିଘ୍ନ ରହିବ। ବାଣିଜ୍ୟରେ ହାନି ହୋଇପାରେ । ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି । ଶୁଭ ଅଙ୍କ – ୧, ଶୁଭ ରଙ୍ଗ – ଗୋଲାପି

କର୍କଟ: କର୍ମକ୍ଷେତ୍ରରେ ସୁଖସନ୍ତୋଷ ପ୍ରାପ୍ତି ହେବ । ବନ୍ଧୁ ସହଯୋଗ ମିଳିବ । ଚାକିରିରେ ପ୍ରଶଂସା ପାଇବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ଏଥିସହିତ ପଢ଼ନ୍ତୁ

ସିଂହ : କର୍ମକ୍ଷେତ୍ରରେ ଦୃଢ଼ମନା ରହିବେ। ଚାକିରିରେ ସମ୍ମାନିତ ହେବେ । ମହିଳାମାନେ ପରିଶ୍ରମୀ ହେବେ । ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ପୁଞ୍ଜିନିବେଶ କରି ଚିନ୍ତାରେ ରହିବେ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ –୩, ଶୁଭ ରଙ୍ଗ – ହଳଦିଆ

କନ୍ୟା: ବହୁ ପରିଶ୍ରମ କରି ସଫଳ ହେବେ । ରାଜନୀତିରେ ଚଳଚଞ୍ଚଳ ରହିବେ ଚାକିରିରେ ସହଯୋଗ ପାଇବେ। ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ନୂତନତା ଆସିବ । ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ । ଶୁଭ ଅଙ୍କ –୪, ଶୁଭ ରଙ୍ଗ – ମେଟାଲିକ୍

ତୁଳା: ଅଯଥା ଝାମେଲାରେ ଛନ୍ଦି ହୋଇଯିବେ । ଚାକିରିରେ କାର୍ଯ୍ୟଭାର ରହିବ । ରାଜନୀତିରେ ପ୍ରତିଦ୍ବନ୍ଦ୍ବ ବୃଦ୍ଧି ପାଇବେ। ବାଣିଜ୍ୟରେ ଆୟ-ବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଅସଫଳ ହେବେ। ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ବିଛା: ସମାଜରେ ପ୍ରତିଷ୍ଠିତ ହେବେ । ଚାକିରିରେ ଦାୟିତ୍ବବୋଧ ରହିବ | ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା

ଧନୁ : କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି। ଚାକିରିରେ ନିଷ୍ଠାପର ରହିବେ। ମହିଳାମାନେ ଗୃହସଜ୍ଜାରେ ବ୍ୟସ୍ତ ରହିବେ। ବାଣିଜ୍ୟରେ ଆୟ ସୁଗମ ହେବ । ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ଗୋଲ୍ଡେନ

ମକର : କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଉଭୟ ପ୍ରେମ ଓ ଦାମ୍ପତ୍ୟରେ ମଧୁର ସମ୍ପର୍କ ରହିବ | ଚାକିରିରେ ସହଯୋଗ ମିଳିବ । ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ

କୁମ୍ଭ: କର୍ମକ୍ଷେତ୍ର ପ୍ରତିକୂଳ ରହିବ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ବିବାଦୀୟ ପରିସ୍ଥିତି ରହିବ। ପରିବହନ ଓ ବାଣିଜ୍ୟରେ ପ୍ରତିଦ୍ବନ୍ଦ୍ବତା ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

ମୀନ: ଆୟର ମାର୍ଗ ଉନ୍ମୁକ୍ତ ରହିବ। ଚାକିରିରେ ଧନ, ସମ୍ମାନ ପ୍ରାପ୍ତି ହେବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ । ବାଣିଜ୍ୟରେ ଆୟ ଦ୍ବିଗୁଣିତ ରହିବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ –୯, ଶୁଭ ରଙ୍ଗ –ଲାଲ

Leave A Reply

Your email address will not be published.