ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୦୭-୦୬-୨୦୨୨ )

ମେଷ: ମାନସିକ ଅବସାଦରେ ରହିବେ। କରିଥିବା ନିବେଶ ଓ ଭବିଷ୍ୟତ ଯୋଜନାକୁ ଗୁପ୍ତ ରଖନ୍ତୁ। ବିଗିଡ଼ି ଯାଇଥିବା ପରିସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ଶାନ୍ତ ରୁହନ୍ତୁ। କର୍ମକ୍ଷେତ୍ରରେ ଆଗୁଆ ରହିବେ।

ବୃଷ: ଆଜି କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। କଠିନ ପରିଶ୍ରମ କରି ସଫଳ ହେବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବିଦେଶରେ ନିଯୁକ୍ତି ସୁଯୋଗ ପାଇବେ।

ମିଥୁନ: ଆଶା କରୁଥିବା ଦିଗରୁ ସଫଳତା ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ନୂତନ ମୋଡ଼ ଆସିପାରେ।

କର୍କଟ: ଅନୁଭବୀ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ସମ୍ଭାବନା ରହିଛି। ବ୍ୟବସାୟରେ ନିବେଶ ଭାବିଚିନ୍ତି କରନ୍ତୁ। ସାଙ୍ଗସାଥୀଙ୍କ ସହ ଦୂରସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।

ଏଥିସହିତ ପଢ଼ନ୍ତୁ

ସିଂହ: ଆତ୍ମବିଶ୍ୱାସ ସହ କାର୍ଯ୍ୟ କରି ଆଗକୁ ବଢ଼ିବେ। ଅଟକି ରହିଥିବା ଧନ ଫେରିପାରିବେ। ଅନ୍ୟକୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କନ୍ୟା: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ। ଅଯଥା ଖର୍ଚ୍ଚ କରି ଆର୍ଥିକ ସଙ୍କଟରେ ପଡ଼ିଯାଇପାରନ୍ତି।

ତୁଳା: ନୂତନ ନିବେଶ କରି ହଇରାଣ ହେବେ। ଶୁଭ ଖବର ପାଇ ଉଲ୍ଲସିତ ହେବେ। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରେ ପଡ଼ିଯାଇପାରନ୍ତି। ଜୀବନସାଥୀଙ୍କ ସହ ନୂଆ ଯୋଜନା କରିବେ।

ବିଛା: ଉତ୍ସାହର ସହ କାର୍ଯ୍ୟ କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଆଜି ଦିନରେ ସର୍ତକ ରୁହନ୍ତୁ। ଗୁରୁଜନଙ୍କଠାରୁ ପରାମର୍ଶ ଗ୍ରହଣ କରିବେ। କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବ।

ଧନୁ: ଭବିଷ୍ୟତକୁ ନେଇ ଅଯଥା ଚିନ୍ତା କରିବେ। ପ୍ରିୟଜନଙ୍କ ସହ କଥାହେବା ସମୟରେ ସଂଯମତା ରକ୍ଷା କରନ୍ତୁ। ବ୍ୟବସାୟରେ ଲାଭବାନ୍‌ ହେବେ। ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ପାଇବେ।

ମକର: ସମୟର ସଦୁପଯୋଗ କରି ସଫଳ ହେବେ। ସାମାଜିକ କାର୍ଯ୍ୟରେ ଭାଗୀଦାରି ହୋଇପାରନ୍ତି। ସୁଖସମୃଦ୍ଧି ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି।

କୁମ୍ଭ: ଦିନଟି ମଉଜମସ୍ତିରେ କଟିବ। ଆୟ ତୁଳନାରେ ବ୍ୟୟ ବଢ଼ିବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଜୀବନରେ ନୂତନ ମୋଡ଼ ଆସିପାରେ। ଛାତ୍ରଛ୍ରାତୀମାନେ ଅମାନିଆ ସ୍ୱଭାବର ହୋଇପାରନ୍ତି।

ମୀନ: ଗୁରୁଜନଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି କରିବେ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ସୁଦୃଢ଼ ହେବେ। ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

Leave A Reply

Your email address will not be published.