ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୦୫-୦୭- ୨୦୨୨ )

ମେଷ: ସମସ୍ତ କାର୍ଯ୍ୟକୁ ଉତ୍ସାହର ସହ ସମାପନ କରିବେ। ଆର୍ଥିକସ୍ତର ମଜଭୁତ୍‌ ଥିବାରୁ ଜରୁରୀ ଉପକରଣ ସହଜରେ କ୍ରୟ କରିପାରିବେ। ଯାତ୍ରା ସମୟରେ ଦରକାରୀ କାଗଜପତ୍ରକୁ ଧ୍ୟାନରେ ରଖନ୍ତୁ।

ବୃଷ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବିଭିନ୍ନକ୍ଷେତ୍ରରୁ ସଫଳତା ପାଇବେ। ଅଟକି ରହିଥିବା ଧନ ଫେରିପାଇବେ। ପୁରୁଣା ଦିନକୁ ଭୁଲି ଜୀବନରେ ଆଗକୁ ବଢ଼ିବାରେ ସମର୍ଥ ହେବେ।

ମିଥୁନ: କୌଣସି ସ୍ଥାନରୁ ଶୁଭ ସମାଚାର ପାଇବେ। ନୂତନ ଆର୍ଥିକ ଯୋଜନାରେ ନିବେଶ କରିବାରୁ ବିରତ ରୁହନ୍ତୁ। ଆପଣଙ୍କ ବ୍ୟବହାରରେ ଅନ୍ୟମାନେ ଖୁସି ହେବେ। ବରିଷ୍ଠ ଅଧିକାରୀଙ୍କ ସହ ମିଳାମିଶା ବଢ଼ିବ।

କର୍କଟ: ପରିବାରବର୍ଗଙ୍କ କୌଣସି କଥା ଦୁଃଖ ଦେଇପାରେ। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଦେଇପାରେ। କ୍ୟାରିୟରରେ ଉନ୍ନତି କରିବାକୁ ନିଜ ଦକ୍ଷତାର ବ୍ୟବହାର କରିବେ। ସମସ୍ୟା ବଢ଼ିବା ଦ୍ବାରା ମାନସିକ ଭାରାକ୍ରାନ୍ତ ରହିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଅକସ୍ମାତ୍‌ କୌଣସି ସ୍ଥାନରୁ ଆର୍ଥିକଲାଭ ପାଇବେ। ସମସ୍ୟାକୁ ସମାଧାନ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବେ। କର୍ମକ୍ଷେତ୍ରରେ ପ୍ରିୟ ସହକର୍ମୀଙ୍କଠାରୁ ସହଯୋଗ ପାଇବେ।

କନ୍ୟା: ଉନ୍ନତିର ନୂତନ ପଥ ଉନ୍ମୁକ୍ତ ହେବ। ବରିଷ୍ଠ ଅଧିକାରୀ ସାହାଯ୍ୟର ହାତ ବଢ଼ାଇବେ। ନିଜସ୍ବ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। କଠିନ ପରିଶ୍ରମ କରି ଛାତ୍ରଛାତ୍ରୀ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ତୁଳା: ମାନସିକ ଚିନ୍ତା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରବାହ ପକାଇପାରେ। ନୂତନ ଗୃହ କ୍ରୟ କରିବାରୁ ବିରତ ରୁଅନ୍ତୁ। ନିଜର ବ୍ୟବହାର ପାଇଁ ସମସ୍ତଙ୍କ ନିକଟରେ ଆଦର୍ଶ ପାଲଟିବେ। ସାଙ୍ଗସାଥୀଙ୍କ ପ୍ରତାରଣାର ଶିକାର ହେବେ।

ବିଛା: ସକାରାତ୍ମକ ଚିନ୍ତାରେ କାର୍ଯ୍ୟ କରିବେ। ପରିବାରରେ ଆନନ୍ଦଉଲ୍ଲାସ ବୃଦ୍ଧି ପାଇବ। ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ। ଦେହ ଓ ମନ ଭଲ ରହିବ।

ଧନୁ: ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। ସାଙ୍ଗସାଥୀଙ୍କ ସହଯୋଗରେ ସମସ୍ୟାର ସମାଧାନ ରାସ୍ତା ପାଇବେ। ଦ୍ବନ୍ଦ୍ବରେ ରହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସମ୍ପର୍କରେ ବିଶ୍ବାସ ଓ ନିବିଡ଼ତା ବୃଦ୍ଧି ପାଇବ।

ମକର: ଜରୁରୀ କାର୍ଯ୍ୟକୁ ପୂରଣ କରିବେ। ବନ୍ଧୁବାନ୍ଧବଙ୍କ ସହ ନିବିଡ଼ତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସଚ୍ଚୋଟତା ସହ କାର୍ଯ୍ୟ କରି ପ୍ରଶଂସିତ ହେବେ। ନୂତନ କାର୍ଯ୍ୟ ଆରମ୍ଭ କରି ଉତ୍ସାହିତ ରହିବେ।

କୁମ୍ଭ: ଆବଶ୍ୟକତାଠାରୁ ଅଧିକ କାର୍ଯ୍ୟ କରି ଥକ୍କା ଅନୁଭବ କରିବେ। ମାନସିକ ଅଶାନ୍ତିର ଶିକାର ହେବେ। ଭ୍ରମଣରେ ଅଯଥା ଖର୍ଚ୍ଚ କରି ହଇରାଣରେ ପଡ଼ିପାରନ୍ତି। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମୀନ: ଦିନଟି ମଧ୍ୟମ ଧରଣର ରହିବ। ଅତୀତ କଥାକୁ ଜାବୁଡ଼ି ଧରି କଷ୍ଟ ପାଇବେ। ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରୁ ସାହାଯ୍ୟ ପାଇବେ। ପରିବାରରେ ଭିନ୍ନ ପରିବର୍ତ୍ତନ ଦେଖାଦେଇପାରେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ ।

Leave A Reply

Your email address will not be published.