ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୦୫-୦୪-୨୦୨୨)

ମେଷ: କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ହୋଇପାରେ। ସାଂସାରିକ ଉତ୍ତମ ବୁଝାମଣା ରହିବ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଅଧ୍ୟୟନରତ ରହିବେ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି।

ବୃଷ: ଦିନଚର୍ଯ୍ୟା ଆଡ଼ମ୍ବରପୂର୍ଣ୍ଣ ରହିବ। ଚାକିରିରେ ପ୍ରଶଂସା ପାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଯଶ ପାଇବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ- କଳା।

ମିଥୁନ: ବହୁଚେଷ୍ଟା ସତ୍ତ୍ବେ ଅସଫଳ ହେବେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ମହିଳାମାନେ ହତାଦର ହୋଇପାରନ୍ତି। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

କର୍କଟ: ଆଶାନୁରୂପ ଫଳ ପାଇବେ। ଉଭୟ ପ୍ରେମ ଓ ଦାମ୍ପତ୍ୟ ମଧୁର ସମ୍ପର୍କ ରହିବ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା।

ଏଥିସହିତ ପଢ଼ନ୍ତୁ

ସିଂହ: କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନ ପ୍ରାପ୍ତି ହେବ। ରାଜନୀତି ଓ ପ୍ରଶାସନିକ ସୁନାମ ପାଇବେ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶୁଭ ଅଙ୍କ-୯,ଶୁଭ ରଙ୍ଗ- ମେରୁନ୍।

କନ୍ୟା: ଯୋଜନା ଫଳପ୍ରସୂ ହେବ। ରାଜନୀତିରେ ଖ୍ୟାତି ବଢ଼ିବ। ମହିଳାମାନେ ଧର୍ମ ପରାୟଣା ହେବେ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଗୁରୁଜନଙ୍କ ପ୍ରିୟ ହେବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ- ମେଟାଲିକ୍‌।

ତୁଳା: କର୍ମକ୍ଷେତ୍ରରେ ଅପଦସ୍ତ ହେବେ। ରାଜନୀତିରେ ଶତ୍ରୁମାନଙ୍କ ଦ୍ବାରା ପ୍ରଭାବିତ ହେବେ। ଚାକିରିରେ ଚାପ ରହିବ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ- ୨,ଶୁଭ ରଙ୍ଗ- ସିଲ୍‌ଭର।

ବିଛା: କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ। ରାଜନୀତିରେ ବ୍ୟସ୍ତ ବିବ୍ରତ ରହିବେ। ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ସଫଳ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍‌।

ଧନୁ: ଦିନଟି କର୍ମତତ୍ପର ରହିବେ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ନିଜକୁ ଯୋଗ୍ୟ ପ୍ରତିପାଦିତ କରିବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଚଳଚଚଞ୍ଚଳ ରହିବେ। ଶୁଭ ଅଙ୍କ- ୨,ଶୁଭ ରଙ୍ଗ-ଧଳା।

ମକର: ପରିଶ୍ରମର ଫଳ ପାଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ। ରାଜନୀତିରେ ଜନସେବାରେ ବ୍ରତିହେବେ। ବାଣିଜ୍ୟରେ ଶୁଭଫଳ ପାଇବେ। ଶିକ୍ଷାର୍ଥୀ ଦୃଢ଼ମନା ରହିବେ। ଶୁଭ ଅଙ୍କ- ୩,ଶୁଭ ରଙ୍ଗ-ହଳଦିଆ।

କୁମ୍ଭ: ଅବହେଳା କାରଣରୁ କାର୍ଯ୍ୟହାନି ହୋଇପାରେ। ବନ୍ଧୁବାନ୍ଧବ ସଙ୍ଗେ ମନାନ୍ତର ହୋଇପାରେ। ପରିବହନ ଓ ବାଣିଜ୍ୟ ମନ୍ଥର ରହିବେ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ- ୬,ଶୁଭ ରଙ୍ଗ- ସିଲଭର୍‌।

ମୀନ: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ। ରାଜନୀତିରେ ପ୍ରଭାବଶାଳୀ ରହିବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ- ବାଇଗଣୀ।

Leave A Reply

Your email address will not be published.