ମଙ୍ଗଳବାର ରାଶିଫଳ (୦୪ -୦୫-୨୦୧୧)

ମେଷ: ଦଶମସ୍ଥ ଚନ୍ଦ୍ର ଓ ଏକାଦଶସ୍ଥ ବୃହସ୍ପତିଙ୍କ କାରଣରୁ ଆୟ ବୃଦ୍ଧି ହେବ । ଦାମ୍ପତ୍ୟ ସୁଖମୟ ହେବ। ପ୍ରଶାସନିକ ସକ୍ରିୟ ରହିବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି
ବୃଷ: ବୃଥାଭ୍ରମଣ ଓ ଖର୍ଚ୍ଚାନ୍ତ ଦେଖାଦେବ । ଅନ୍ୟ ପାଇଁ ସମସ୍ୟାରେ ପଡିବେ । ଚାକିରିରେ ଅସ୍ଥିର ରହିବେ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ
ମିଥୁନ: ଦେହ ଓ ମନ ଭଲ ରହିବ ନାହିଁ। ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ | ରାଜନୀତିରେ ଷଡ଼ଯନ୍ତ୍ରରେ ପଡ଼ିପାରନ୍ତି। ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିକ୍
କର୍କଟ: ପୂର୍ବ ଯୋଜନା ଫଳପ୍ରସୂ ହେବ | ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ | ମହିଳାମାନେ ସ୍ବାଧୀନ ରହିବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍
ସିଂହ: କୌଣସି ବିଷୟକୁ ନେଇ ଉତ୍ତେଜନାରେ ରହିବେ । ଆର୍ଥିକ ସ୍ବଚ୍ଛଳତା ରହିବ। ରାଜନୀତିରେ ବ୍ୟସ୍ତବିବ୍ରତ ରହିବେ | ବାଣିଜ୍ୟରେ ଆୟ ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍
କନ୍ୟା: ଦିନଟି ଅସ୍ଥିରତା ଭିତରେ ଗତି କରିବେ । ସନ୍ତାନସନ୍ତତିମାନେ ଅବାଧ୍ୟ ହୋଇପାରନ୍ତି। ଚାକିରିରେ କାର୍ଯ୍ୟଭାର ରହିବ। ବାଣିଜ୍ୟରେ ମନ୍ଥର ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍
ତୁଳା: ପରିଶ୍ରମ ମୁତାବକ ଫଳ ପାଇବେ | ପଡୋଶୀଙ୍କୁ ସହଯୋଗ କରି ସମ୍ମାନ ପାଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ଧଳା
ବିଛା: ଯୋଜନା କାର୍ଯ୍ୟକାରୀ ହେବ। ପ୍ରଶାସନିକ ଉଚ୍ଚସ୍ଥାନ ପ୍ରାପ୍ତି ହେବ। ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିକ୍
ଧନୁ: ହେଉଥିବା କାର୍ଯ୍ୟ ଅଳ୍ପକେ ସ୍ଥଗିତ ହୋଇପାରେ। ଚାକିରିରେ ପ୍ରତିକୂଳ ସ୍ଥିତି ରହିବ । ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ
ମକର: ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ | ମହିଳାମାନେ ସମ୍ମାନ ପାଇବେ। ପ୍ରଶାସନିକ ସୁନାମ ପାଇବେ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ
କୁମ୍ଭ: କିଛିଟା ବ୍ୟୟ ଭିତରେ କାର୍ଯ୍ୟ ସଫଳ ହେବ | ସାଂସାରିକ ଚଳଚଞ୍ଚଳ ରହିବେ। ଚାକିରିରେ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ଶୁଭ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
ମୀନ: ଆର୍ଥିକ ସୁଧାର ଆସିବ। ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ । ମହିଳାମାନଙ୍କୁ ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ହୋଇପାରେ। ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି