ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୦୩ –୦୧–୨୦୨୩ )

ମେଷ : ଦୂର ଯାତ୍ରା ଫଳରେ ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ମୂଲ୍ୟବାନ ସାମଗ୍ରୀକୁ ଦାୟିତ୍ବର ସହ ବ୍ୟବହାର କରନ୍ତୁ। ଜୀବନସାଥୀଙ୍କ କଥାରେ କଷ୍ଟ ପାଇପାରନ୍ତି।

ବୃଷ : ଦୀର୍ଘ ଦିନର ଆଶା ପୂର୍ଣ୍ଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ କରିଥିବା ନିବେଶରୁ ଅର୍ଥନୈତିକ ସମୃଦ୍ଧି ପାଇବେ। ଖରାପ ହୋଇଯାଇଥିବା ସମ୍ପର୍କ ପୁନଃଶ୍ଚ ଯୋଡ଼ି ହୋଇପାରେ।

ମିଥୁନ : ସାମାଜିକ ତଥା ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ିବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ।

କର୍କଟ : ଗୁରୁଜନଙ୍କ କଥାକୁ ସହଜରେ ସ୍ବୀକାର କରି ପାରିବେ ନାହିଁ। ଅଯଥା କଥାରେ ମୁଣ୍ଡ ନପୂରାଇ ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ନୂତନ ନିଯୁକ୍ତିର ଯୋଗ ରହିଛି।

ଏଥିସହିତ ପଢ଼ନ୍ତୁ

ସିଂହ : ସାବଧାନତାର ସହ ଯାତାୟତ କରନ୍ତୁ। ଆର୍ଥିକସ୍ଥିତିରେ ଉନ୍ନତି ଦେଖାଦେବ। ନୂତନ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବେ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ।

କନ୍ୟା : ଅନେକ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଅର୍ଥ କାରବାରରୁ ଦୂରେଇ ରୁହନ୍ତୁ। ନିଜ ସମୟକୁ ସଠିକ୍‌ ମାର୍ଗରେ ଉପଯୋଗ କରିବେ।

ତୁଳା : ପ୍ରିୟଜନଙ୍କ ବ୍ୟବହାର କଷ୍ଟ ଦେଇପାରେ। ସମୟ ପୂର୍ବରୁ ସମସ୍ତ କାର୍ଯ୍ୟକୁ ପୂରଣ କରିବେ। ଅକସ୍ମାତ ଆର୍ଥିକ ସହାୟତା ଖୋଜି ପାରନ୍ତି। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ।

ବିଛା : ସକାରାତ୍ମକ ଚିନ୍ତାଧାରା ରଖି ଆଗକୁ ବଢ଼ିବେ। ଉଧାର ଦେବା ଓ ନେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କ୍ୟାରିୟର୍‌ରେ ଉନ୍ନତି ପାଇଁ ନୂତନ ରାସ୍ତା ପାଇବେ। ବୈବାହିକ ଜୀବନ ମଧୁର ରହିବ।

ଧନୁ : ଖେଳକୁଦରେ ସମୟ ଅତିବାହତି କରିବେ। ଅନ୍ୟ ଉପରେ ଆବଶ୍ୟକତାଠାରୁ ଅଧିକ ଭରସା କରନ୍ତୁ ନାହିଁ। ବନ୍ଧୁ ଆଗମନରେ ଉତ୍ସାହିତ ହେବେ। ଜୀବନସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି।

ମକର : ଚିନ୍ତା କରି ମାନସିକ ଶାନ୍ତି ହରାଇବେ। ଅନେକ ଦିନର ଋଣ ପରିଶୋଧ କରିବାକୁ ସମର୍ଥ ହେବେ। ସାଙ୍ଗସାଥୀଙ୍କ ସହ ଲାଗିରହିଥିବା ବାଦବିବାଦ ଦୂର ହେବ।

କୁମ୍ଭ : ଦୂରଯାତ୍ରା କରିବାରୁ ଦୂରେଇ ରୁହନ୍ତୁ। ଉପାର୍ଜିତ ଧନ କ୍ଷୟ ହୋଇପାରେ। ଜଟିଳ ପରିସ୍ଥିତିର ସାମ୍ନା କରିବା ପାଇଁ ଉପାୟ କରିବେ। ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଚେଷ୍ଟିତ ରହିବେ।

ମୀନ : ଧାର୍ମିକ ମନୋବୃତ୍ତି ରଖି କାର୍ଯ୍ୟ କରିବେ। ଅନ୍ୟକୁ ସହଯୋଗ କରି ଅସୁବିଧାରେ ପଡ଼ିପାରନ୍ତି। ବନ୍ଧୁବାନ୍ଧବଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି।

Leave A Reply

Your email address will not be published.