ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୦୨-୦୩-୨୦୨୧)

ମେଷ:ଦିନଟିରେ କର୍ମତତ୍ପର ରହିବେ। ଦୂରଭ୍ରମଣ ଯୋଗ ରହିଛି। ଚାକିରିରେ ଆର୍ଥିକ ଅଭିବୃଦ୍ଧି ହେବ। ମହିଳାମାନେ ଚଳଚଞ୍ଚଳ ରହିବେ। ବାଣିଜ୍ୟ ଲାଭଜନକ ରହିବ।  ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ବୃଷ:ପ୍ରତିଟି କାର୍ଯ୍ୟରେ ବିଳମ୍ବ ଯୋଗ ରହିଛି। ରାଜନୀତିରେ ଉତ୍ତେଜନା ପରିସ୍ଥିତି ରହିବ। ମହିଳାମାନେ ବିରକ୍ତିମନା ରହିବେ। ପରିବହନ, ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ମିଥୁନ:ବହୁ ପରିଶ୍ରମ କରି ସଫଳ ହେବେ। ସାଂସାରିକ ବନ୍ଧୁ ସହଯୋଗ ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କର୍କଟ:ତୃତୀୟସ୍ଥ ଚନ୍ଦ୍ରଙ୍କ କାରଣରୁ ଦୃଢମନା ଓ ନେତୃତ୍ବ ନେଇ ସଫଳ ହେବେ। ରାଜନୀତିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ।ବିଦ୍ୟାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

ଏଥିସହିତ ପଢ଼ନ୍ତୁ

ସିଂହ:କର୍ମକ୍ଷେତ୍ରରେ ସମସ୍ୟା ରହିବ। ଅର୍ଥକ୍ଷୟ ଓ ମନସ୍ତାପ ରହିବ।ମହିଳାମାନେ ହତାଦର ହୋଇପାରନ୍ତି। ଚାକିରିରେ ଅବହେଳା ରହିବ।ବାଣିଜ୍ୟରେ ବ୍ୟୟ ବହୁଳତା ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

କନ୍ୟା:ଦିନଟି ସୁଖସନ୍ତୋଷ ଭିତରେ କଟିବ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ। ଚାକିରିରେ ପ୍ରଶଂସିତ ହେବେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ତୁଳା:କର୍ମକ୍ଷେତ୍ରରେ ବାରମ୍ବାର ଚେଷ୍ଟା କରି ଉନ୍ନତି କରିବେ। ଚାକିରିରେ ଚଳଚଞ୍ଚଳ ରହିବେ। ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ପାଇବେ।  ଶୁଭ ଅଙ୍କ-୮,ଶୁଭ ରଙ୍ଗ-ଆକାଶୀ

ବିଛା:ଦିନଟିରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ପ୍ରଶାସନିକ ଓ ଚାକିରିରେ ସ୍ବାଧୀନତା ରହିବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଭଲ ଆୟ ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ଧନୁ:କର୍ମକ୍ଷେତ୍ର ପରିସର ବୃଦ୍ଧି ପାଇବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ରାଜନୈତିକ ସକ୍ରିୟ ରହିବେ। ବାଣିଜ୍ୟରେ ଉତ୍ତମ ଆୟ ହେବ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-ବାଇଗଣୀ

ମକର:ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ସମସ୍ୟାରେ ପଶିଯିବେ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ଆଳସ୍ୟ ପରାୟଣ ରହିବେ। ଶିଳ୍ପ ଓ ବାଣିଜ୍ୟ ମନ୍ଥର ରହିବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

କୁମ୍ଭ:ଦିନଟି ଦୁଶ୍ଚିନ୍ତାରେ କଟିବ। କଳହ ଓ ବନ୍ଧୁହାନି  ଯୋଗ ରହିଛି। ରାଜନୀତିରେ ପ୍ରତାରଣା ପାଇବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ।
ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ମୀନ:କର୍ମକ୍ଷେତ୍ରରେ ସୁଖଶାନ୍ତି ଭିତରେ କଟିବ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ଚାକିରିରେ ଉଚ୍ଚସମ୍ମାନ ପାଇବେ। ପରିବହନ ଓ ବାଣିଜ୍ୟରେ ବେଶ ଲାଭ ହେବ।  ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

Leave A Reply

Your email address will not be published.