ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯକ୍ଷ୍ମା ରୋଗ ସମ୍ଭଦ୍ଧୀୟ ଆଲୋଚନା ଶିବିର

ରାୟଗଡା : NTEP ଓ Piramal Swasthya ଆନୁକୁଲ୍ୟରେ ଗତକାଲି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାୟଗଡାରେ ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଲାଲମୋହନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯକ୍ଷ୍ମା ରୋଗ ସମ୍ଭଦ୍ଧୀୟ ଶିବିରରେ ଏହି ରୋଗର ନିରାକରଣ ନେଇ ଆଲୋଚନା ହୋଇଛି। ଏଥ୍‌ରେ ଯୋଗ ଦେଇ ଡାଃ ଲାଉତରାୟ ଜିଲ୍ଲା ରେ ଯକ୍ଷ୍ମା ରୋଗୀ ଅନ୍ଵେଷଣ ଏବଂ ନିରାକରଣରେ Piramal Swasthya ର ସମୟ ଉପଯୋଗୀ ଭାଗୀଦାରୀ କୁ ଭୂରି ଭୂରି ପ୍ରଶଂସା କରିଥିଲେ।

ଏହି ଶିବିରରେ ଜିଲ୍ଲାର ୧୧ ଟି ବ୍ଲକ ରୁ ରାମେଡିସସ ଏବଂ କମ୍ୟୁନିଟି ମୋବିଲାଈଜର ପ୍ରଶିକ୍ଷଣ ନେଇ ଥିଲେ। ଶିବିରକୁ ADPHO(TB) ଡକ୍ଟର ଶ୍ରବଣ କୁମାର ସାହୁକାର ସଂଚାଳନ କରିଥିଲେ। ଡିପିସି ନବୀନ କୁମାର ମହାନ୍ତି ଉପସ୍ଥିତ ରହି ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ସମ୍ୟକ୍ ଆଲୋଚନା କରିଥିଲେ। ପିରାମିଲ ସ୍ବାସ୍ଥ୍ୟ ଇଫରୁ ଡିପିଏମ ଭବାନୀ ଶଙ୍କର ପଣ୍ଡା ଏବଂ ଡିପିଏଲ ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.