ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକୃତିଙ୍କ ନାଁରେ ତୃପ୍ତିଙ୍କ ସଂଘାତିକ ଅଭିଯୋଗ : ପ୍ରକୃତିଙ୍କ ଯୋଗୁଁ ଆମ ଦାମ୍ପତ୍ୟ ଜୀବନରେ ଝଡ଼ ହୋଇଛି

ଭୁବନେଶ୍ବର : ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବାବୁସାନଙ୍କ ପତ୍ନୀ ତୃପ୍ତି । ଆଜି ଖାରବେଳନଗର ଥାନାରେ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁରେ ଦେଇଥିବା ଅଭିଯୋଗରେ ଲେଖିଛନ୍ତି ଯେ ଦୁଇବର୍ଷ ହେବ ସମ୍ପର୍କରେ ଥିଲେ ବାବୁସାନ-ପ୍ରକୃତି । ପ୍ରକୃତି ମିଶ୍ରଙ୍କ ସହ ମିଳାମିଶା କରିବା ଘଟଣା ଜଣାପଡିବା ପରେ ବାବୁସାନଙ୍କୁ ତାଙ୍କ ମାଆ ବୁଝାଇଥିଲେ । ଏପରି କି ପ୍ରକୃତି ମିଶ୍ରଙ୍କ ବାପା-ମାଆଙ୍କ ମଧ୍ୟ ଏ ସମ୍ପର୍କରେ ଜଣାଇଥିଲେ । ହେଲେ ଏହାର ପ୍ରଭାବ କିଛି ପଡିନଥିବା କହିଛନ୍ତି ତୃପ୍ତି । ତୃପ୍ତି ଅଭିଯୋଗ କରିଛନ୍ତି ବାବୁସାନଙ୍କୁ ସମ୍ପର୍କରେ ରହିବା ପାଇଁ ପ୍ରକୃତି ମିଶ୍ର ବ୍ଲାକମେଲ କରୁଥିଲେ । ତେଣୁ ସେ ପରିବାର ଲୋକ ଯେତେ ବୁଝାଇଲେ ମଧ୍ୟ କୌଣସି କଥା ଶୁଣୁନଥିଲେ ବାବୁସାନ୍ ।

ଏଥି ସହିତ କୋଭିଡ ଯୋଗୁଁ ପ୍ରକୃତିଙ୍କ କ୍ୟାରିଅର ପ୍ରଭାବିତ ହୋଇଛି। ଯେଉଁଥି ପାଇଁ ପ୍ରକୃତି ବାବୁସାନଙ୍କ ଉପରେ ଟଙ୍କା ପାଇଁ ନିର୍ଭର କରୁଛନ୍ତି । ପ୍ରକୃତି ଗଞ୍ଜେଇ ଏବଂ ମଦ ବାବୁସାନଙ୍କୁ ଯୋଗାଉଛନ୍ତି ବୋଲି ମଧ୍ୟ ଅଭିଯୋଗରେ ଉଳ୍ଲେଖ କରିଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି। ତୃପ୍ତିଙ୍କ ଅଭିଯୋଗ ପରେ ୨ଟି ଦଫା ଲଗାଇଛି ପୁଲିସ, ବାବୁସାନ ଓ ପ୍ରକୃତିଙ୍କ ନାଁରେ ଦଫା ଲଗାଇଛି ପୁଲିସ । ୪୯୮ ଓ ୫୦୬ ଦଫାରେ ମାମଲା ରୁଜୁ କରାଯାଇଛି।

ଅନ୍ୟପଟେ ଗଣାମଧ୍ୟମକୁ ବାବୁସାନଙ୍କ ପତ୍ନୀ ତୃପ୍ତି ଦେଇଥିବା ବୟାନ ରେ କହିଛନ୍ତି ଯେ ବାବୁସାନ-ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କ ଅଛି । ଅନେକ ଥର ବାବୁସାନ-ପ୍ରକୃତିଙ୍କୁ ଧରିଛି । ଭୁବନେଶ୍ୱର, ଗୋଆ, ବମ୍ବେରୁ ଦୁହିଁଙ୍କୁ ଧରିଛି । ବାବୁସାନଙ୍କୁ ବ୍ଲାକମେଲ କରୁଥିଲେ ପ୍ରକୃତି । ହାତ କାଟିଦେବାକୁ ବାବୁଙ୍କୁ ଧମକ ଦେଉଥିଲେ ପ୍ରକୃତି । ଛାତରୁ ଡେଇଁ ପଡିବେ ବୋଲି ମଧ୍ୟ ଧମକ ଦେଉଥିଲେ । ପ୍ରକୃତିଙ୍କୁ ଛାଡିଦେବାକୁ ବାବୁସାନଙ୍କୁ ବାରମ୍ବାର କହୁଥିଲି । ମୋ କଥା କିଛି ବି ଶୁଣୁନଥିଲେ ବାବୁସାନ । ବୁଝାଇବା ପରେ ବି ରାତି ହେଲେ ଘରୁ ବାହାରି ଯାଉଥିଲେ । ପରିବାର ଓ ବାବୁସାନଙ୍କ ଇମେଜ ପାଇଁ ଆଜିଯାଏଁ ଚୁପ ଥିଲି ।

ପ୍ରକୃତି ମିଶ୍ର ପୂର୍ବ ପ୍ରେମିକ ସହ ସମ୍ପର୍କରେ ଥାଇ ମଧ୍ୟ ବାବୁସାନଙ୍କୁ ଭଲ ପାଉଥିଲେ । ଦିନେ ବାବୁସାନଙ୍କୁ ପ୍ରକୃତି ଫୋନ କରିଥିବା ବେଳେ ଫୋନ ଉଠାଇ ତୃପ୍ତି ବୁଝାଇଥିବା କହିଛନ୍ତି । ଲକ୍‌ଡାଉନ ସମୟରେ କାମ ନମିଳିବାରୁ ଅବସାଦରେ ବାବୁସାନ ନିଶା ଅଭ୍ୟସ୍ତ ହୋଇଥିଲେ । କିନ୍ତୁ ପ୍ରକୃତି ତାଙ୍କ ଜୀବନକୁ ଆସିବା ପରେ ଘଣ୍ଟା ବହୁତ କିଛି ବଦଳିଯାଇଥିଲା । ଏପରିକି ବାବୁସାନଙ୍କୁ ପ୍ରକୃତି ନିଶାସକ୍ତ କରାଇ ଫାଇଦା ଉଠାଉଥିବା ତୃପ୍ତି ଅଭିଯୋଗ କରିଛନ୍ତି ।

ଏନେଇ ବାବୁସାନ ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ଏକ ଫିଲ୍ମର ପ୍ରମୋସନ ପାଇଁ ଯାଉଥିଲୁ । ମୁଁ ଜାଣିଛି ମୁଁ ଠିକ୍‌ ଅଛି । ପ୍ରକୃତି ପିଲା ବେଳୁ ମୋ ଭଲ ସାଙ୍ଗ । ମୋ ପତ୍ନୀ ଫିଲ୍ମ ଲାଇନ୍‌ର ନୁହନ୍ତି । ତେଣୁ ସେ ବୁଝି ପାରୁ ନାହାନ୍ତି । ମୁଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଥିବାରୁ । ମୋତେ ବହୁ ଝିଅଙ୍କ ସହ କାମ କରିବାକୁ ପଡ଼ିଥାଏ । ହେଲେ ମୋ ପତ୍ନୀ ଏହା ବୁଝୁ ନାହାଁନ୍ତି । ଘଟଣାକୁ ନେଇ ପତ୍ନୀଙ୍କ ଉପରେ ମୋର କୌଣସି ରାଗ ନାହିଁ । ଏନେଇ ମୁଁ ଆଇନର ଦ୍ୱାରସ୍ଥ ହେବିନି । ହେଲେ ପ୍ରକୃତି କ’ଣ ପଦକ୍ଷେପ ନେବେ ତାହା ତାଙ୍କ ନିଷ୍ପତ୍ତି । ସେପଟେ ପ୍ରକୃତି ମିଶ୍ର କହିଛନ୍ତି ମୁଁ ଲିଗଲ୍ ଆକ୍ସନ ନେବି । ବାବୁସାନ ମତେ ଏୟାରପୋର୍ଟରୁ ଆଣିବାକୁ ଯାଇଥିଲେ । ରାସ୍ତାରେ ତାଙ୍କ ପତ୍ନୀ ଓ ଶ୍ୱଶୁର ଗୁଣ୍ଡା ଧରି ମୋ ଉପରେ ଆକ୍ରମଣ କରିଛନ୍ତି । ଏଥିସହ ଘଟଣାକୁ ନେଇ ଖାରବେଳନଗର ଥାନାରେ ପ୍ରକୃତିଙ୍କ ବାପା, ମାଆ ଅଭିଯୋଗ କରିଛନ୍ତି । ଝିଅର ମାନହାନୀ ହୋଇଛି ବୋଲି କହିଛନ୍ତି ।

Leave A Reply

Your email address will not be published.