ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଲଟିଲା ଟ୍ରକ, ଘଟଣା ସ୍ଥଳରେ ଡ୍ରାଇଭର ମୃତ

ତେଲକୋଇ : ଜାତୀୟ ରାଜପଥରେ ଓଲଟିଲା ଟ୍ରକ, ଡ୍ରାଇଭର ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଳ ଗାଁ କାଳିମନ୍ଦୀର ନିକଟ ୪୯ ନଂମ୍ବର ଜାତୀୟ ରାଜପଥରେ । ଦିନ ପ୍ରାୟ ସାଢେ଼ ୧୨ ସମୟରେ ପାଲ୍ଲଲହଡା ପଟୁ କେନ୍ଦୁଝର ପଟକୁ ଏକ ୧୨ ଚକିଆ ଟ୍ରକ ଓଡ଼ି୦୯ସି୩୧୮୭ ଦୃତଗତିରେ ଆସୁଥିବା ବେଳେ ବିଞ୍ଝବାହାଳ ଗାଁ କାଳିମନ୍ଦୀର ନିକଟରେ ଭାରସ୍ୟାମ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭର ଜଣକ ହେଲେ ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ଆରିଆ ଗାଁର ସିଦ୍ଧେଶ୍ୱର ବେହେରା(୫୦) ବୋଲି ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ୧୮୬/୨୨ରେ କେସ ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.