ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସର ପରିଚୟ ଦେଇ ଲୁଟି ନେଲେ ଟ୍ରକ

ଖୋର୍ଦ୍ଧା : NH ରେ ପୁଣି ମାତିଲେ ଲୁଟେରା। ବାରମ୍ବାର NH ରେ ଲୁଟ ହେଉଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ଟେର ପାଉନି। ଆଉ ଏହାରି ମଧ୍ୟରେ ପଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ରାଜପଥରୁ ବାରମ୍ବାର ଲୁଟ କରୁଥିବା ଲୁଟେରା ଏଣିକି ପୁଲିସର ପରିଚୟ ଦେଇ ଲୁଟ୍‌ କରିବାକୁ ପଛାଉନାହାନ୍ତି। ଏପରି ଏକ ଲୁଟ୍‌ ହୋଇଛି ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ରାଇସ୍ ମିଲ ନିକଟରୁ। ପୁଲିସର ପରିଚୟ ଦେଇ ଟ୍ରକ ଲୁଟି ନେଇଛନ୍ତି ଲୁଟେରା ।

ସୂଚନା ଅନୁଯାୟୀ, ଲୁହା ପଥର ବୋଝେଇ ଟ୍ରକ୍ କେଉଁଝର କୋଇଡ଼ାରୁ ବ୍ରହ୍ମପୁର ଗୋପାଳପୁର ଯାଉଥିଲା। ଟ୍ରକ୍ ଚାଳକ ରାସ୍ତାରେ ଟ୍ରକ୍ ରଖି ବିଶ୍ରାମ ନେଉଥିବା ବେଳେ ଏକ ବୋଲେରୋ ରେ ଆସିଥିଲେ ୫ ଦୁର୍ବୁତ୍ତ। ବଡ ବାବୁ ଡାକୁଛନ୍ତି ଥାନାକୁ ଆସ କହି ଟ୍ରକ୍ ଚାଳକକୁ ବୋଲେରୋରେ ବସାଇ ନେଇଯାଇଥିଲେ ।

ଏହା ପରେ ଲୁଟେରା ମାଡ ମାରି ବୋଲେରୋ ରୁ ଠେଲି ଦେଇଥିଲେ ଟ୍ରକ୍ ଚାଳକଙ୍କୁ। ଏହା ପରେ ଟ୍ରକ୍ ସହ ଟଙ୍କା ପଇସା ଗାଡି କାଗଜ ପତ୍ର ସବୁ ଲୁଟି ନେଇଯାଇଥିଲେ। ଟାଙ୍ଗୀ ଥାନାରେ ଚାଳକଙ୍କ ଏତଲା ପରେ ଟାଙ୍ଗୀ ପୁଲିସ୍ ବିଭିନ୍ନ ସ୍ଥାନ ରେ ଆରମ୍ଭ କରିଛି ଚଢାଉ। ଜାତୀୟ ରାଜପଥରେ ବାରମ୍ବାର ଡକାୟତି ଯୋଗୁଁ ଗାଡି ଚାଳକ ମାନେ ଆତଙ୍କିତ ହେଉଥିବା ଜଣା ପଡିଛି।

Leave A Reply

Your email address will not be published.