ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜରେ ଭାରସାମ୍ୟ ହରାଇ ତଳକୁ ଖସି ପଡିଲା ଆଇରନ୍ ବୋଝେଇ ଟ୍ରକ୍। ଟ୍ରକଟି ପୋଲ ତଳକୁ ଖସିବା ଫଳରେ ଚାପିହୋଇ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି କେଉଝର ଜିଲ୍ଲାର ମାନସ ରଞ୍ଜନ ଧିବର।

ସୂଚନା ମୁତାବକ ଟ୍ରକଟି ଆଇରନ୍ ନେଇ ତାଳଚେର ପଟୁ ପରଜଙ୍ଗ ଡୁବୁରି ଅଭିମୁଖେ ଆଜି ଭୋର ସମୟରେ ଯାଉଥିବା ବେଳେ ଜଟିଆ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜ ତଳକୁ ଭାରସାମ୍ୟ ହରାଇ ଖସି ପଡ଼ିଥିଲା। ତେବେ ସ୍ଥାନୀୟ ଲୋକ ଦେଖିବା ପରେ ପରଜଙ୍ଗ ପୁଲିସକୁ ଖବର୍ ଦେଇଥିଲେ। ଖବର ପାଇ ପରଜଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀ ପହଁଚି ଟ୍ରକ୍ରେ ଥିବା ଡ୍ରାଇଭରକୁ ମୃତ ଭାବେ ଉଦ୍ଧାର କରିଛନ୍ତି।

Leave A Reply

Your email address will not be published.