ଜଗା ଦର୍ଶନ ସାରି ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହେଲା ତୀର୍ଥଯାତ୍ରୀ ବସ; ଜଣେ ମୃତ, ୧୫ ଆହତ

ବରଗଡ଼: ଦୁର୍ଘଟଣାର ଶିକାର ହେଲା ତୀର୍ଥଯାତ୍ରୀ ବସ । ପୁରୀରୁ ଜଗା ଦର୍ଶନ କରି ମହାରାଷ୍ଟ୍ର ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଗଡ଼ ସୋହେଲାଠାରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ମହାରାଷ୍ଟ୍ରର ଜଳଗାଁ ଜିଲ୍ଲାର ଅତର ଦେବ । ଆହତ ୧୫ ଜଣଙ୍କୁ ବୁର୍ଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ଜଗା ଦର୍ଶନ କରି ମହାରାଷ୍ଟ୍ର ଫେରୁଥିବା ବେଳେ ସୋହେଲାଠାରେ ରାସ୍ତାକଡରେ ଅଟକିଥିଲା ଏହି ତୀର୍ଥଯାତ୍ରୀ ବସ୍ । କିଛି ଯାତ୍ରୀ ବସରୁ ଓହ୍ଲାଇଥିଲେ । ଏହି ସମୟରେ ଦ୍ରୁତଗତିରେ ଆସି ଏକ ଟ୍ରକ ବସକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣକ ମୁତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ବରଗଡ଼ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ବସରେ ମୋଟ୍ ୪୫ ଜଣ ଯାତ୍ରୀ ଥିଲେ ।