ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଟୋକୁ ପିଟିଲା ପିଆଜ ବୋଝେଇ ଟ୍ରକ୍‌: ୨ମୃତ, ୩ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ – ଅଟୋକୁ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ମୃତକ ମହିଳା ହୋଇଥିବା ବେଳେ ୩ ଗୁରୁତରଙ୍କ ମଧ୍ୟରେ ବି ଜଣେ ମହିଳା ଅଛନ୍ତି। ଅଟୋକୁ ଧକ୍କା ଦେବା ପରେ ପିଆଜ ବୋଝେଇ ଟ୍ରକ୍‌ଟି ମଧ୍ୟ ଓଲୋଟି ପଡ଼ିଛି।

ସୂଚନା ଅନୁଯାୟୀ, ଅଟୋଟି ମହୀଧରପୁରରୁ ଦୁର୍ଗାପୁର ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତାହତମାନେ ଜରପଡ଼ା ଓ ଦୁର୍ଗାପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ମହୀଧରପୁର ଅଞ୍ଚଳରେ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ସେମାନେ ସେଠାକୁ ଯାଇଥିଲେ। ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇ ଫେରୁଥିବା ବେଳେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଅଟୋରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୫ ଜଣ ଥିଲେ। ଅଟୋ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ୩ ଆହତଙ୍କୁ ପ୍ରଥମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଜରପଡ଼ା ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.