ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଲଟିଲା ଛେଳି ବୋଝେଇ ଟ୍ରକ: ଶତାଧିକ ଛେଳି ନିଖୋଜ, ଡ୍ରାଇଭର ଓ ହେଲପରଙ୍କ ସମେତ ୪ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଜାତୀୟ ରାଜପଥ ଉପରେ ଓଲଟିଲା ଛେଳି ବୋଝେଇ ଟ୍ରକ। ଡ୍ରାଇଭର, ହେଲପର ସମେତ ୪ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ୫ରୁ ଉର୍ଦ୍ଧ୍ୱ ଛେଳିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶତାଧିକ ଛେଳି ଘଟଣାସ୍ଥଳରୁ ନିଖୋଜ ହୋଇ ଯାଇଛନ୍ତି। ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ଆସାମ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା ଘଟିଛି। ବାଲେଶ୍ୱର ଆଡୁ ଆସୁଥିବା ଛେଳି ବୋଝେଇ ଟ୍ରକଟି ଭାରସ୍ୟାମ ହରାଇ ଜାତୀୟ ରାଜପଥ ଉପରେ ଓଲଟି ପଡିଥିଲା। ଡ୍ରାଇଭର ଓ ହେଲପର ସମେତ ଅନ୍ୟ ଦୁଇ ଜଣ ଲୋକ ଗାଡି ଭିତରେ ଚାପି ହୋଇ ରହିଥିଲେ। ସ୍ଥାନୀୟଲୋକେ ଓ ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ଟ୍ରକରେ ବୋଝେଇ ହୋଇ ଆସୁଥିବା ତିନି ଶହରୁ ଉର୍ଦ୍ଧ୍ୱ ଛେଳିରୁ ୫ ଟି ମୃତ୍ୟୁ ହୋଇଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଶତାଧିକ ଛେଳି ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବାହାରି ନିକଟସ୍ଥ ଅଞ୍ଚଳକୁ ପଳାଇଯିବା ସହ କିଛି ଛେଳିଙ୍କୁ ଲୋକ ନେଇଯାଇଥିବା ସୂଚନା ମିଳିଛି। ଭଣ୍ଡାରିପୋଖରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଉପରୁ ଗାଡିକୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଛି।

Leave A Reply

Your email address will not be published.