ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରକ୍ -ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ମୃତ ଓ ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଏମଭି -୩୬ ମୁଖ୍ୟ ରାସ୍ତାରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନାରୁ ଜଣାପଡିଛି ଯେ, ଏକ ଟ୍ରକ ମାଲକାନଗିରିରୁ ବାଲିମେଳା ଯାଉଥିବା ବେଳେ ବାଇକଟି ମାଲକାନଗିରି ଅଭିମୁଖେ ଆସୁଥିଲା। ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତ୍ୱର ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ମୃତକ ଦୁଇଜଣଙ୍କୁ ଗ୍ରାମବାସୀ ରାସ୍ତା ଉପରେ ରଖିଥିବା ସୂଚନା ମିଳିଛି। ମୃତକ ଦୁଇଜଣ ହେଲେ ଏମଭି ୩୬ ଗ୍ରାମର ଦୀପକ ବିଶ୍ୱାସ (୫୦) ଓ ତାଙ୍କ ସ୍ତ୍ରୀ ସିପ୍ରା ବିଶ୍ୱାସ ( ୪୨ )ଗୁରୁତର ମହିଳାଙ୍କ ନାମ ସାଧନା ଦାସ (୩୩ ) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବାଲିମେଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

Leave A Reply

Your email address will not be published.