ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା : ଦୁଇ ଯୁବକ ଗୁରୁତର

ଓଳାଭର :  ରାଜକନିକା-ଓଳାଭର ପୂର୍ତ୍ତବିଭାଗ ରାସ୍ତା ଅକ୍ସଫୋର୍ଡ ବିଦ୍ୟାଳୟ ପାଖ ଟର୍ଣ୍ଣିରେ ଟ୍ରକ ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଟ୍ରକ ଚାଳକ ଗାଡି ଛାଡି ଫେରାର ହୋଇ ଯାଇଥିବା ବେଳେ ଦୁଇ ଗୁରୁତରଙ୍କୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ,ତାପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି।

ପ୍ରାପ୍ତ ସୂଚନାନୁସାରେ ଆଜି ପୂର୍ବାହ୍ନ ଏଗାରଟା ବେଳେ ହିରୋ ସ୍ପେଣ୍ଡର ପ୍ଲସ ଯୋଗେ ରାଜକନିକା ଆଡୁ ଆସୁଥିବା ଦେଉଳତରା ଗ୍ରାମର ମନୋଜ ଦାସ (୩୩) ଓ ଵସନ୍ତ ଦାସ(୩୯) ଠିକ୍ ଅକ୍ସଫୋର୍ଡ ସ୍କୁଲ ପରର ଟର୍ଣ୍ଣିଠାରେ ଆଗରୁ ଆସୁଥିବା ଟ୍ରକ ଯାହାର ନମ୍ବର OR14 R1589 ସହିତ ମୁହାଁମୁହି ଧକ୍କା ହେବା ଫଳରେ ବାଇକ୍ ଟି ରାସ୍ତା ପାଖକୁ ଛିଟିକ୍ ପଡିଥିବା ବେଳେ ଦୁଇ ଯୁବକ ମଧ୍ୟ ଜୋରରେ ଛିଟିକି ପଡିଥିଲେ।ଫଳରେ ଵସନ୍ତଙ୍କର ଗୋଡଟି ଭାଙ୍ଗି ଯାଇଥିବା ବେଳେ ମନୋଜଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି।ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଡକେଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଡାକ୍ତର ଦୁହିଁଙ୍କର ଅଵସ୍ଥା ଦେଖି କଟକ ବଡ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ।

ସୂଚନା ଯୋଗ୍ୟ ଯେ ଦୀର୍ଘଦିନ ଧରି ଏହି ସ୍ଥାନଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି।ରାସ୍ତାପାଖରେ ଘଞ୍ଚ ଜଙ୍ଗଲ ଯୋଗୁଁ ଉଭୟ ପଟରୁ ଆସୁଥିବା ଯାନବାହାନ ଦୃଶ୍ୟମାନ ହେଉ ନ ଥିବାରୁ ଏଭଳି ଦୁର୍ଘଟଣାମାନ ଘଟୁଅଛି। ଏଥିପାଇଁ ରାସ୍ତାପାଖଗଛ କାଟିବା ସହ ଆକ୍ସିଡେଣ୍ଟ ଜୋନ ସୂଚନା ଫଳକ ମାରିବାକୁ ଦାବି ହେଉଛି। ରାଜକନିକା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଓ ବାଇକ୍ ଜବତ କରି ତଦନ୍ତ କରୁଛି।

Leave A Reply

Your email address will not be published.