ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ତ୍ରିପୁରା ନିର୍ବାଚନ

ଅଗରତାଲା : ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥÒପାଇଁ ଚୂଡ଼ାନ୍ତ ପର୍ୟ୍ୟାୟ କାର୍ୟ୍ୟ ଶେଷ ହୋଇଛି। ଏହି ନିର୍ବାଚନରେ ଶାସକ ବିଜେପି ସହିତ କଂଗ୍ରେସ-ବାମଦଳ ମେଣ୍ଟ ଏବଂ ତିପରା ମେଥା ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବ ବୋଲି କୁହାଯାଉଛି। ପ୍ରାୟ ୧୮ ଲକ୍ଷ ଭୋଟର ଏହି ନିର୍ବାଚନରେ ଭାଗ ନେବାକୁ ଯାଉଥିବା ବେଳେ ସେମାନେ ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥର କରିବେ। ମୋଟ ୩୩୩୭ଟି ବୁଥ୍‌ରେ ମତଦାନ ହେଉଥିବାବେଳେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନା କରିବାକୁ ୩୧ ହଜାର କର୍ମଚାରୀ ଏବଂ ୨୫ ହଜାର କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହାବ୍ୟତୀତ ରାଜ୍ୟ ପୁଲିସର ୩୧ ହଜାର ଯବାନ ମଧ୍ୟ ମୁତୟନ ରହିବେ। ମୋଟ ୩୩୩୭ ମତଦାନ କେନ୍ଦ୍ର ମଧ୍ୟରୁ ୧୧୦୦ଟି କେନ୍ଦ୍ର ସ୍ପର୍ଶକାତର ରହିଥିବା ବେଳେ ୨୮ଟି କେନ୍ଦ୍ର ଅତ୍ୟନ୍ତ ସ୍ପର୍ଶକାତର ଘୋଷଣା କରାଯାଇଛି। ତେବେ ସବୁ ବୁଥରେ ଶାନ୍ତି ଶୃଙ୍ଖଳା ସହ ମତଦାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଅକାରୀ କହିଛନ୍ତି।

Leave A Reply

Your email address will not be published.