ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋଇଠି ଫାଟିବା ସମସ୍ଯାର ସମାଧନ ପାଇଁ ଜାଣନ୍ତୁ ଉପଚାର

ଆଉ କିଛିଦିନ ପରେ ଆସିଯିବ ଶୀତଦିନ । ଶୀତ ସହିତ ତ୍ବଚାଜନିତ କିଛି ସମସ୍ୟା ମଧ୍ୟ ଆସିଥାଏ । ସେସବୁ ମଧ୍ୟରୁ ମୁଖ୍ୟ ହେଉଛି ଶୁଷ୍କ ତ୍ବଚା । ଏହି ଶୁଷ୍କତା କାରଣରୁ ଅନେକଙ୍କର ପାଦ ଫାଟିବା ସମସ୍ୟା ଦେଖାଯାଏ । ପାଦ ଆଙ୍ଗୁଠି ଓ ଗୋଇଠିର ତ୍ବଚା ଶୁଷ୍କ ହୋଇ ଫାଟିଯାଏ। ଚାଲିବା ସମୟରେ କଷ୍ଟ ଅନୁଭୂତ ହୁଏ। ତିନୋଟି ଉପାୟରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

ଘରୋଇ ଚିକିତ୍ସା

ପାଦ ଫଟାର ଘରୋଇ ଚିକିତ୍ସା ଅନେକ ପ୍ରକାରରେ କରାଯାଏ। ଘିଅ ଲଗାଇବା ଦ୍ବାରା ପାଦଫଟା ସମସ୍ୟା ଦୂର ହୋଇଥାଏ । ଆଉ କେତେକଙ୍କ ମତରେ ତେଲ ଓ ମହମକୁ ମିଶାଇ ଫୁଟାନ୍ତୁ । ତାହାକୁ ଥଣ୍ଡା କରି ପାଦରେ ଲଗାଇବ ଦ୍ୱାରା ଏହି ସମସ୍ୟା ଖୁବ୍ ଶୀଘ୍ର ଦୂର ହୁଏ । ଏହି ମିଶ୍ରଣକୁ ଲଗାଇବା ପୂର୍ବରୁ ପାଦକୁ ଗରମ ପାଣିରେ ଧୋଇ ଭଲ ଭାବେ ସଫା କରନ୍ତୁ । ଏହାପରେ ପାଦକୁ ଭଲ ଭାବେ ପୋଛି ଏହାକୁ ଲଗାନ୍ତୁ । ଗୋଇଠି ଫାଟିବା ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ହାଲୁକା ଉଷୁମ ପାଣିରେ ଲୁଣ ପକାଇ ପାଦକୁ କିଛି ସମୟ ବୁଡ଼ାଇ ରଖିବା ପରେ ଭଲ ଭାବେ ପୋଛି ଦିଅନ୍ତୁ । ଏହାପରେ ଘରେ ପ୍ରସ୍ତୁତ ହୋଇଥିବା ନଡ଼ିଆ ତେଲକୁ ଭଲ ଭାବେ ଗୋଇଠି, ପାଦ ଆଙ୍ଗୁଠି ଓ ପାଦ ତଳେ ଲଗାନ୍ତୁ।

ଏଲୋପାଥି

କେବଳ ଶୀତଦିନରେ ହିଁ ପାଦ ଫାଟେ, ତାହା ନୁହେଁ, ଚର୍ମ ଶୁଷ୍କ ହେଲେ ପାଦ ଫାଟିଥାଏ। ଏହାର କେବଳ ଗୋଟିଏ କାରଣ ହେଉଛି ଭିଟାମିନ୍‌ଯୁକ୍ତ ଖାଦ୍ୟ ଓ ପାଣିର ଅଭାବ । ତେଣୁ ସୁସ୍ଥ ତ୍ବଚା ପାଇଁ ଭିଟାମିନ୍ ଅତ୍ୟାବଶ୍ୟକ । ତେବେ ପାଦଫଟାର ଉପଚାର ପାଇଁ କେବଳ କ୍ରିମ୍ ଲଗାଇଲେ, ତାହା ସ୍ଵଳ୍ପ ଦିନ ପାଇଁ ଭଲ ହୋଇଯାଏ। କିନ୍ତୁ ସବୁଦିନ ପାଇଁ ପାଦ ଫାଟିବା ସମସ୍ୟାରୁ ମୁକ୍ତି ଚାହୁଁଥିଲେ, ସୁଷମ ଖାଦ୍ୟ ଓ ଅଧିକରୁ ଅଧିକ ପାଣି ପିଇବା ଦରକାର।

ହୋମିଓପାଥି

ଗୋଇଠି ଫାଟିବା ସମସ୍ୟା ଶୀତ ଦିନରେ ଅଧିକ ଦେଖାଯାଏ । ତେଣୁ ପାଣି ଅଧିକ ପିଇବେ । ଏହାର ଉପଚାର ପାଇଁ ସକାଳେ ଓ ସନ୍ଧ୍ୟାରେ ଭଲ ଭାବେ ଉଷୁମ ପାଣିରେ ପାଦକୁ ଧୋଇ ସଫା ରଖିବା ଉଚିତ୍ । ଶରୀରରେ ଜଳୀୟ ଅଂଶ କମ ହେଲେ ଚର୍ମ ଶୁଷ୍କ ହୋଇ ପାଦ ଫାଟେ । ହୋମିଓପାଥିରେ ଏହାର ଅନେକ ଉପଚାର ରହିଛି। କିନ୍ତୁ ଲକ୍ଷଣ ଅନୁଯାୟୀ ଔଷଧ ଦିଅଯାଏ । ତେଣୁ ସମସ୍ତଙ୍କ ପାଇଁ ସମାନ ଔଷଧ ନ ଥାଏ। ଗ୍ରାଫାଇଟ୍ ୟେଟ୍ରୋଲିୟମ୍‌ , ହେପାର ସଲଫ୍‌, ସୋରିନିୟମ୍‌ ଭଳି ଅନେକ ଔଷଧ ରହିଛି, ଯାହାକି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗ୍ରହଣ କରିବା ଉଚିତ।

Leave A Reply

Your email address will not be published.