ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋରେଇ ରେଳ ଦୁର୍ଘଟଣା: ସ୍ୱାଭାବିକ୍ ହେଲା ରେଳ ଚଳାଚଳ, ଉଭୟ ଅପ୍ ଓ ଡାଉନ୍ ଲାଇନରେ ଚାଲିଛି ଟ୍ରେନ୍

କୋରାଇ: ଦୀର୍ଘ ସମୟର କଠିନ ପରିଶ୍ରମ ପରେ ଯାଜପୁର କୋରାଇ ରେଳ ଷ୍ଟେସନର ଉଭୟ ଲାଇନରେ ସ୍ୱାଭାବିକ୍ ହୋଇଛି ରେଳ ଚଳାଚଳ । ରେଳ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା ଟ୍ରେନ୍ ଲାଇନ୍ ସଫେଇ ଓ ମରାମତି କାର୍ଯ୍ଯ । ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟ୍ରେନ୍ ଲାଇନରୁ ମାଲବାହୀ ଟ୍ରେନର ବଗିକୁ କଢ଼ାଯାଇଛି । ସେହିପରି ଟ୍ରେନ୍ ଲାଇନ୍ ମରାମତି ହୋଇଛି । ଗତକାଲି ରାତିରେ ଗୋଟିଏ ଲାଇନରେ ଟ୍ରେନ ଚଳାଚଳ କରିଥିବା ବେଳେ, ଆଜି ଉଭୟ ଅପ୍ ଓ ଡାଉନ୍ ଲାଇନରେ ସ୍ୱାଭାବିକ୍ ହୋଇଛି ଟ୍ରେନ୍ ଚଳାଚଳ । ଘଟଣା ସ୍ଥଳରେ ରେଳବାଇ ସୁରକ୍ଷା ମୁଖ୍ୟ ଏ ଏମ ଚୌଧୁରୀଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଆଜି ପୁଣି ସ୍ଥିତି ଅନୁଧ୍ୟାନ ପରେ ସେହି ଲାଇନ ଦେଇ ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ନିଷ୍ପତ୍ତି ନିଆଯିବ।

ଅନ୍ୟପଟେ ମାଲବାହୀ ଟ୍ରେନ କିପରି ଦୁର୍ଘଟଣା ହେଲା, ତା’ର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । କାହିଁକି ଲାଇନଚ୍ୟୁତ ହେଲା ମାଲଗାଡ଼ି ଟ୍ରେନର ବଗି । ଗୋଟିଏ ବଗିର ଚକ କୁଆଡ଼େ ଗଲା ? ଟ୍ରାକରେ ନା ଟ୍ରେନରେ ଥିଲା ସମସ୍ୟା । ଏଭଳି ଅନେକ ଦିଗକୁ ନେଇ ତଦନ୍ତ କରାଯିବ ।

ଉଲ୍ଲେଖ ଯୋଗ୍ୟ, ଗତକାଲି ସକାଳ ୬ଟା ୪୪ ମିନିଟରେ କୋରାଇ ରେଳ ଷ୍ଟେସନର ପ୍ଲାଟଫର୍ମରେ ଲୋକ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଦେଖୁ ଦେଖୁ ଟ୍ରେନର ୮ଟି ବଗି ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା । ସେହିପରି କିଛି ବଗି ଟିକେଟ୍ କାଉଣ୍ଟରକୁ ମାଡ଼ି ଯାଇଥିଲା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଥିଲେ ।

Leave A Reply

Your email address will not be published.