ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଘଟଣା : ସ୍ୱାଭାବିକ ହେଲା ରେଳ ଚଳାଚଳ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଗତକାଲି ରାତିରେ ଲାଇନଚ୍ୟୁତ ହେବା ପରେ ଆଜି ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି। ଟ୍ରାକ୍‌ ମରାମତି ଏବଂ ଲାଇନଚ୍ୟୁତ ହୋଇଥିବା ଡବା ଗୁଡିକ ହଟାଯିବା ପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ଶତାଧିକ କର୍ମଚାରୀ ଲାଗି ରେଳ ଟ୍ରାକ୍ ମରାମତି କରିଛନ୍ତି। ଆଜି ସକାଳ ୭ଟା ୧୫ ମିନିଟ୍ ସମୟରେ ରେଳ ଲାଇନ୍ ମରାମତି କାମ ସରିଥିବା ନେଇ ସୂଚନା ଦେଇଛି ପୂର୍ବତଟ ରେଳବାଇ। ଏଣେ କେତେକ ଟ୍ରେନର ପୁନଃ ସମୟସାରିଣୀ ନିର୍ଦ୍ଧାରିତ କରାଯାଇଥିବା ଜଣାଯାଇଛି।

ଅନ୍ୟପଟେ ପୂର୍ବତଟ ରେଳବାଇର ସୂଚନା ଅନୁସାରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସ୍ଥାନରେ ଟ୍ରେନର ବେଗ ଘଣ୍ଟାପ୍ରତି ୧୫ କିଲୋମିଟର ରହିବ ବୋଲି କୁହାଯାଇଛି । ଗତକାଲି ବିଜୟନଗରମ୍ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ରାତି ୧୨ଟା ସୁଦ୍ଧା ଲାଇନଚ୍ୟୁତ ହୋଇଥିବା ୫ଟି ବଗିକୁ ଅଲଗା କରାଯାଇ ମରାମତି କାମ ଆରମ୍ଭ ହୋଇଥିଲା । ଟ୍ରେନ୍ ଲାଇନଚ୍ୟୁତ ଯୋଗୁ ୧୬ରୁ ଅଧିକ ଏକ୍ସପ୍ରେସ୍ ଅଟକି ରହିଥିଲା।

ସୂଚନାଯୋଗ୍ୟ, ଚକ୍ରଧରପୁର ଡିଭିଜନରୁ ବିଜୟନଗରମ୍ ଯାଉଥିବା(ଭାୟା ଭୁବନେଶ୍ବର ଓ କଟକ) ସିମେଣ୍ଟ ବୋଝେଇ ଟ୍ରେନ୍‌ରେ ୫ଟି ୱାଗନ୍ ଲାଇନଚ୍ୟୁତ ହେବା ଯୋଗୁଁ ଦୁଇଟି ଲାଇନ୍ ବ୍ଲକ ହୋଇଥିଲା। ଯେଉଁଥିପାଇଁ ଏହି ଲାଇନ୍‌ରେ ବହୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବର ଷ୍ଟେସନ ଓ ଏହାର ଆଖପାଖ ରେଳ ଟ୍ରାକ୍‌ରେ ଏକାଧିକ ଯାତ୍ରୀବାହୀ ଟ୍ରେନ୍ ଅଟକି ରହିଛି। କିଛି ଟ୍ରେନ୍ ରାଜ୍ୟର ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ମଧ୍ୟ ଜଣାପଡ଼ିଥିଲା।

Leave A Reply

Your email address will not be published.