ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଆରା ହନୁମାନ ମନ୍ଦିର: ଏଠାରେ ଧିମେଇ ଯାଏ ଟ୍ରେନ

ମଧ୍ୟ ପ୍ରଦେଶର ସାଜାପୁରସ୍ଥିତ ବୋଲାଇ ଗାଁରେ ଥିବା ‘ସିଦ୍ଧବୀର ଖେଡ଼ାପତି ହନୁମାନ’ ମନ୍ଦିର ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛି । ଏହା ଭାରତର ଏକମାତ୍ର ମନ୍ଦିର, ଯେଉଁଠି ହନୁମାନଙ୍କ ସହିତ ଶ୍ରୀଗଣେଶ ବିରାଜମାନ କରିଛନ୍ତି। ଏହି ମନ୍ଦିର ୩୦୦ ବର୍ଷର ପୁରୁଣା। ଏହି ମନ୍ଦିର ବୋଲାଇ ଷ୍ଟେସନ୍‌ଠାରୁ ପ୍ରାୟ୧ କିଲୋମିଟର ଦୂରରେ ଅବସ୍ଥିତ। ମନ୍ଦିରର ବିଶେଷତ୍ଵ ଏୟା ଯେ, ଏଠାରେ ସ୍ବୟଂ ମହାବୀର ହନୁମାନ ଭକ୍ତଙ୍କୁ ଭବିଷ୍ୟବାଣୀ କରନ୍ତି। ଏହା ସହିତ ଏହି ମନ୍ଦିର ପାର୍ଶ୍ଵ ଦେଇ ଯିବାବେଳେ ସମସ୍ତ ଟ୍ରେନ୍‌ର ଗତି ଆପେ ଆପେ କମିଯାଏ | ୧୯୫୯ରେ ସନ୍ଥ କମଳନୟନ ଗୃହସ୍ଥ ଜୀବନ ତ୍ୟାଗ କରି ଏହି ମନ୍ଦିରକୁ ତାଙ୍କର ତପୋଭୂମି କରିଥିଲେ। ସେ ଏଠାରେ ୨୪ ବର୍ଷ ପର୍ଯ୍ୟନ୍ତ ତପସ୍ୟା କରି ସିଦ୍ଧି ପ୍ରାପ୍ତ ହୋଇଥିଲେ। ତେଣୁ ଏହି ମନ୍ଦିରକୁ ସିଦ୍ଧ ମନ୍ଦିର ମଧ୍ୟ କୁହାଯାଉଛି। ମନ୍ଦିର ଦେଇ ଯାଇଥିବା ରେଳଧାରଣା ଦେଇ ଯେଉଁ ଟ୍ରେନ୍ ଯାଏ, ସେଗୁଡ଼ିକ ଗତି ଅପେ ଆପେ ଧୂମେଇ ଯାଏ । ଏହାପଛରେ ଏକ କାରଣ ମଧ୍ୟ ରହିଛି। ଅନେକ ବର୍ଷ ପୂର୍ବେ ଏହି ରେଳଧାରଣା ଦେଇ ଯାଉଥିବା ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହିତ ଧକ୍କା ଖାଇଥିଲେ ।

ଦୁଇଟି ଟ୍ରେନ୍‌ର ପାଇଲଟ୍ କହିଥିଲେ ଯେ, ସେମାନଙ୍କୁ ଏହି ଘଟଣାର ପୂର୍ବ ଆଭାସ ହୋଇଥିଲା। ତାଙ୍କୁ ଲାଗିଥିଲା, ଜଣେ କେହି ଯେମିତି କହୁଛନ୍ତି – ଟ୍ରେନ୍‌ର ଗତି କମ୍ କରିବା ପାଇଁ । କିନ୍ତୁ ସେମାନେ ଏହାକୁ ଗୁରୁତ୍ବ ଦେଇ ନ ଥିଲେ। ତେଣୁ ଦୁର୍ଘଟଣା ଘଟିଥିଲା। ତା’ ପରଠାରୁ ଏହି ମନ୍ଦିର ପାର୍ଶ୍ବ ଦେଇ ଯାଉଥିବା ସବୁ ଟ୍ରେନ୍‌ଗୁଡ଼ିକର ଡ୍ରାଇଭର ଗାଡ଼ିର ଗତି କମାଇ ଦିଅନ୍ତି। ଏହାକୁ ବିଶ୍ବାସ ନ କରି ଯଦି କେହି ଡ୍ରାଇଭର୍ ଏହାକୁ ଅଣଦେଖା କରନ୍ତି, ତେବେ ଟ୍ରେନ୍‌ର ଗତି ଆପେଆପେ କମିଯାଏ। ଭକ୍ତମାନେ କହନ୍ତି ଯେ, ଏହି ମନ୍ଦିରକୁ ଆସୁଥିବା ଭକ୍ତମାନେ ଆଗାମୀ ଦିନରେ ସେମାନଙ୍କ ଜୀବନରେ କ’ଣ ଘଟିବାକୁ ଯାଉଛି ତା’ର ପୂର୍ବାଭାସ ପାଇଥାନ୍ତି। ସେହି ଅନୁସାରେ ସେମାନେ ସତର୍କ ହୋଇଯାନ୍ତି। ତେଣୁ ଏହି ମନ୍ଦିରର ଖ୍ୟାତି ବଢ଼ିବାରେ ଲାଗିଛି ଏବଂ ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଛୁଟି ଆସୁଛନ୍ତି।

Leave A Reply

Your email address will not be published.