ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଲା ୪ରୁ ୫ ବଗି

କୋଲକାତା : ପଶ୍ଚିମବଙ୍ଗର ଦୋମୋହାଣି ଗୌହଟୀ-ବିକାନେର ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୋମୋହାଣି ଠାରେ ଟ୍ରେନ୍ ଲାଇନଚ୍ୟୁତ୍ ହୋଇ ୪ ରୁ ୫ଟି ବଗି ଓଲଟି ପଡ଼ିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଏଥି ସହିତ ଏହି ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିବା ଜଣାପଡିଛି।  ସ୍ଥାନୀୟ ଲୋକ, ପୁଲିସ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ଜାରି ରହିଛି । ଏକ୍ସପ୍ରେସ ଟ୍ରେନଟି ବିକାନେରରୁ ଗୌହାଟି ଯାଉଥିଲା ।


ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ୫ଟାରେ ଏହି ଘଟଣା ଘଟିଛି। ଏକ୍ସପ୍ରେସ ଟ୍ରେନ ୧୫୬୩୩ ବିକାନେରରୁ ଗୌହାଟୀ ଯାଉଥିଲା। ପ୍ରଥମେ ବଡ଼ ଧରଣର ଝଟକା ଲାଗିଥିଲା। ଏହାପରେ ଇଞ୍ଜିନପାଖରୁ ୪ରୁ ୫ ବଗି ଓଲଟି ପଡ଼ିଥିଲା। ଏ ସମସ୍ତ ବଗିରେ ସାଧାରଣ ଯାତ୍ରୀ ରହିଥିଲେ । ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ପ୍ରାଣ ହାନୀ ନେଇ ସୂଚନା ରହିଥିବା ବେଳେ ଅନେକ ଆହତ ହୋଇଛନ୍ତି। କିଛି ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଏବେ ବି ଜାରି ରହିଛି ଉଦ୍ଧାର କାମ। ଏହି ଦୁର୍ଘଟଣାରେ ପ୍ରାୟ ୪୦୦ ଶହରୁ ପାଞ୍ଚଶହ ଲୋକ ଫସିଥିବା ଜଣାପଡିଛି।


ଅନ୍ୟପଟେ ଭାରତୀୟ ରେଳବାଇ ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ସଂନ୍ଧ୍ୟା ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ଏହି ଘଟଣାରେ ଟ୍ରେନର ପ୍ରାୟ ୧୨ ଟି କୋଚ୍ ପ୍ରଭାବିତ ହୋଇଛି। ଧାରଣାଚ୍ୟୁତି ସ୍ଥଳରେ ପହଞ୍ଚି ରେଳବାଇ ପୁଲିସ ତଲାସ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ ମଧ୍ୟ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି।ଭାରତୀୟ ରେଳବାଇ ଜରୁରୀକାଳୀନ ନମ୍ବର (୮୧୩୪୦୫୪୯୯୯)ଜାରି କରିଛି। ଘଟଣାସ୍ଥଳକୁ ପ୍ରାୟ ୨୦ ଆମ୍ବୁଲାନ୍‌ସ୍‌ ପଠାଯାଇଛି।ପଶ୍ଚିମବଙ୍ଗର ସମସ୍ତ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍‌ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଦୁର୍ଘଟଣା ବିଷୟରେ ବୁଝିଛନ୍ତି।

Leave A Reply

Your email address will not be published.