ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟେଲିକମ୍‌ କମ୍ପାନୀଙ୍କୁ ଟ୍ରାଇର ନିର୍ଦ୍ଦେଶ : ସଂଯୋଗ ବିଚ୍ଛିନ୍ନ ହେବା ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟ

ନୂଆଦିଲ୍ଲୀ : ବୈଷୟିକ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଦୂରସଞ୍ଚାର ନେଟୱର୍କର ପ୍ରମୁଖ ଦୂରସଞ୍ଚାର ନେଟୱର୍କର ସଂଯୋଗ ବିଚ୍ଛିନ୍ନ ହେବା (ଆଉଟେଜ୍‌) ସମ୍ପର୍କରେ ଦୂରସଞ୍ଚାର ସେବା ପ୍ରଦାନକାରୀମାନେ ଭାରତୀୟ ଟେଲିଫୋନ ନିୟାମକ ପ୍ରାଧିକରଣ (ଟ୍ରାଇ)କୁ ସୂଚନା ଦେଉ ନ ଥିବା ଦେଖିବାକୁ ମିଳୁଛି। ଦୀର୍ଘ ସମୟ ଧରି ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ପ୍ରତିକୂଳ ପ୍ରଭାବ ବିଶେଷ କରି ସୀମାବର୍ତ୍ତୀ କ୍ଷେତ୍ର ଓ ପାର୍ବତ୍ୟାଞ୍ଚଳ ଉପରେ ପଡ଼ିଥାଏ। ଏହାଦ୍ୱାରା ପ୍ରଭାବିତ କ୍ଷେତ୍ରରେ ଦୂରସଞ୍ଚାର ସେବାର ଗୁଣବତ୍ତା ବାଧାପ୍ରାପ୍ତ ହୋଇଥାଏ। ଏଣିକି ଜିଲା ସ୍ତରରେ ଯେ କୌଣସି ବଡ଼ ନେଟୱର୍କ ଆଉଟେଜ୍‌ (ସଂଯୋଗ ବିଚ୍ଛିନ୍ନ ହେବା) ସମ୍ପର୍କରେ ଟେଲିକମ୍‌ କମ୍ପାନୀ ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)କୁ ସୂଚନା ଦେବେ। ଏ ନେଇ ଟ୍ରାଇ ପକ୍ଷରୁ ଆଜି ସବୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ପ୍ରମୁଖ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ମୂଳ କାରଣକୁ ବୁଝିବା ଓ ଆବଶ୍ୟକ ସ୍ଥଳରେ ସେବା ପ୍ରଦାନକାରୀମାନଙ୍କୁ ସ୍ଥାନୀୟ ଅଧିକାରୀମାନଙ୍କଠାରୁ ଉପଯୁକ୍ତ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରରେ ଏଭଳି କୌଣସି ଆଉଟେଜ୍‌ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ଯେମିତି କୌଣସି ଜିଲ୍ଲା (କେନ୍ଦ୍ର/ରାଜ୍ୟ ସରକାରଙ୍କ ଦ୍ୱାରା ପରିଭାଷିତ ରାଜସ୍ୱ ଜିଲ୍ଲା)ର ସମସ୍ତ ଉପଭୋକ୍ତାମାନଙ୍କୁ ନିରନ୍ତର ଚାରି ଘଣ୍ଟାରୁ ଅଧିକ ସମୟ ପାଇଁ ଦୂରସଞ୍ଚାର ସେବାକୁ ପ୍ରଭାବିତ କରୁଥିବା ପ୍ରମୁଖ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ସମସ୍ତ ଘଟଣା ସମ୍ପର୍କରେ ୨୪ ଘଣ୍ଟା ମଧ୍ୟରେ ସୂଚନା ଦେବେ ।

ଏଥିପାଇଁ ନିର୍ଦ୍ଦିଷ୍ଟ କରାଯାଇଥିବା ଫର୍ମାଟରେ ରିପୋର୍ଟ କରିବା ଲାଗି କୁହାଯାଇଛି। ଏଭଳି ପ୍ରମୁଖ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ମୂଳ କାରଣ ଏବଂ ୭୨ ଘଣ୍ଟା ମଧ୍ୟରେ ପୁନର୍ବାର ନେଟୱର୍କ ସଂଯୋଗର ପୁନରୁଦ୍ଧାର କରାଯିବା ସମ୍ପର୍କରେ ମଧ୍ୟ ନିର୍ଦ୍ଦିଷ୍ଟ ଫର୍ମାଟରେ ଟ୍ରାଇ ନିକଟରେ ରିପୋର୍ଟ ଦାଖଲ କରାଯିବ। ଉପରୋକ୍ତ କାରଣକୁ ଦୃଷ୍ଟିରେ ରଖି ଦୂରସଞ୍ଚାର ଆକ୍ସେସ ସେବା ପ୍ରଦାନକାରୀଙ୍କୁ ନିମ୍ନଲିଖିତ ରିପୋର୍ଟ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ତତ୍କାଳ ପ୍ରଭାବରେ ଲାଗୁ ହେବ।

Leave A Reply

Your email address will not be published.