ମହାନଦୀ ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ୫ ଜଣଙ୍କ ମୃତ୍ୟୁ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ମହାନଦୀ ପୋଲ ଉପରେ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାମୁହି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।ସମସ୍ତ ଗୁରୁତରଙ୍କୁ ପ୍ରଥମେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବାବେଳେ ପରେ ବୁର୍ଲ୍ଲ। ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତାହତ ବ୍ୟକ୍ତି ମାନେ ସମସ୍ତେ ଉଲୁଣ୍ଡା ବ୍ଲକ ନିମ୍ନା ଗାଁର । ମୃତକ ମାନେ ହେଲେ ନିମ୍ନା ଗାଁର ଆଶିଷ ପାଣ୍ଡିଆ, ପ୍ରମୋଦ ପାଣ୍ଡିଆ , ସିଦ୍ଧି ପାଣ୍ଡିଆ, ତ୍ରୟମ୍ବକ ମେହେର ଓ ଶୁଭମ ପାଣ୍ଡିଆ ।

ଗୁରୁତର ମାନେ ପ୍ରମୋଦ ହୋତା , ଅମିତ୍ ବାଘ ,ମହାଦେବ ପୁରୋହିତ, ଆଲିଶା ପାଣ୍ଡିଆ ଓ ଓମ୍ ପ୍ରକାଶ ପାଣ୍ଡିଆ ବୋଲି ଜଣାପଡିଛି । ଗତରାତିରେ ନିମ୍ନାରୁ ବିନିକା ବ୍ଲକ କୌଡ଼ିଆମୁଣ୍ଡା ଗାଁକୁ ବରଯାତ୍ରୀ ଯାଇ ଫେରୁଥିଲେ । ରାତି ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ ମହାନଦୀ ପୋଲ ଉପରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୂର୍ବ ଦିନରୁ ବ୍ରିଜ ଉପରେ ଏକ ଅଟୋ ବ୍ରେକ ଡାଉନ୍ ହୋଇଥିବାରୁ ଏବଂ କୁହୁଡ଼ି ଯୋଗୁଁ ରାସ୍ତା ଦେଖିବାରେ ସମସ୍ୟା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ସୋନପୁର ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

Leave a comment