ଫେବୃଆରୀ ୨୧ ଏପ୍ରିଲ ୬ ପର୍ଯ୍ୟନ୍ତ ଲାଗିବ ଟ୍ରାଫିକ୍‌ କଟକଣା,ଜାଣନ୍ତୁ କେଉଁ ବାଟେ ଯିବେ ….

ଭୁବନେଶ୍ୱର : ଆସନ୍ତା ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ବିଧାନସଭା ଏବଂ ଆଖପାଖ ଅଞ୍ଚଳରେ ଟ୍ରାଫିକ୍‌‌ କଟକଣା ବ୍ୟବସ୍ଥା କରାଯାଇଛି। ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଅନୁଯାୟୀ ଏହି କଟକଣା ଲାଗୁ କରାଯିବ। ଦୁଇଟି ପର୍ଯ୍ୟାୟରେ ଏହି କଟକଣା ଲଗାଯିବ। ଫେବୃଆରୀ ୨୧ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏବଂ ୧୦ ମାର୍ଚ୍ଚରୁ ୬ ଏପ୍ରିଲ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।


ହାଉସିଂ ବୋର୍ଡ ଛକରୁ ଆସୁଥିବା ଗାଡି ଗୁଡିକ କେଶରୀ ଟକିଜ୍‌‌ ପାଖରେ ବାମ ପାର୍ଶ୍ବରେ ମୋଡ ନେବେ। ସେହିପରି ଏଜି ଛକରୁ ପିଏମ୍‌‌ଜି ଆଡକୁ ଆସୁଥିବା ଗାଡି ଗୁଡିକ ଜୟଦେବ ଭବନ ନିକଟରେ ଡାହାଣ ପାର୍ଶ୍ବକୁ ମୋଡ ନେଇ ଇନ୍ଦିରାଗାନ୍ଧି ପାର୍କ ଆଡକୁ ଯିବେ। ଲୋୟର ପିଏମ୍‌‌ଜିରୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ସିଧା ଛଡ଼ା ନଯାଇ ଏହାର ଆଖପାଖ ରାସ୍ତା ଦେଇ ଯିବେ। ୧୨୦ ବାଟାଲିୟନ୍‌‌ରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ପାୱାର ହାଉସ୍‌‌ ଛକକୁ ଡାଇଭର୍ଟ କରାଯାଇଛି। ଯେଉଁ ସବୁ ଗାଡି ରାଜଭବନ ଛକରୁ ଏମ୍‌‌ଏଲ୍‌‌ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଛନ୍ତି ସେମାନଙ୍କୁ ଶାସ୍ତ୍ରୀ ନଗର ହୋଇ ଯିବାକୁ ପଡ଼ିବ। ତେବେ ଏହି କଟକଣା ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟ ନିକଟବର୍ତ୍ତୀ ସରକାରୀ ଦପ୍ତରକୁ ପ୍ରବେଶ ପାଇଁ ଅନୁମତି ଥିବା ଯାନ ଗୁଡ଼ିକ ଉପରେ ଲାଗୁ ହେବ ନାହିଁ।

କେଉଁବାଟେ ଯିବେ

  • ହାଉସିଂବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ କେଶରୀ ଟକିଜ ଠାରୁ ଆଗକୁ ନ ଯାଇ ବାମପଟ ରାସ୍ତା ଦେଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।
  • ଏଜି ଛକ ପଟୁ ପିଏମ୍‍ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦରା ଗାନ୍ଧୀ ପାର୍କ ରାସ୍ତା ଦେଇ ଗନ୍ତବ୍ୟବସ୍ଥଳକୁ ଯାଇପାରିବେ।
  • ମାଷ୍ଟରକ୍ୟାଣ୍ଟିନ ପଟୁ ଅପର ପିଏମ୍‍ଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଲୋୟର ପିଏମ୍‍ଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ଲାଗି ଅନୁମତି ଦିଆଯିବ ନାହିଁ।
  • ୧୨୦ ବାଟାଲିୟନ ଛକ ପଟୁ ପିଏମ୍‍ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ପାୱାର ହାଉସ୍‍ ଛକ ଆଡ଼କୁ ଯିବେ।
  • ରାଜଭବନ ଛକ ପଟୁ ଏମଏଲ୍‍ଏକଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଯାଉଥିବା ସମସ୍ତ ଗାଡ଼ିଗୁଡିକ ଶାସ୍ତ୍ରୀନଗର ଆଡ଼କୁ ଯିବେ।
Leave a comment