ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାସ୍କ ପିନ୍ଧିନଥିବାରୁ ୨ ହଜାର ଫାଇନ୍‌ ଗଣିଲେ ଟ୍ରାଫିକ କନେଷ୍ଟବଳ

ପୁରୀ : ପୁରୀରେ ଜରିମାନା ଗଣିଲେ ଟ୍ରାଫିକ କନେଷ୍ଟବଳ । ମାସ୍କ ପିନ୍ଧିନଥିବାରୁ ୨ ହଜାର ଟଙ୍କା ଫାଇନ ଦେଲେ। ପୁରୀରେ ମାସ୍କ ଯାଞ୍ଚ ବେଳେ ଡ୍ୟୁଟିରେ ଥିବା ଜଣେ ଟ୍ରାଫିକ କନେଷ୍ଟବଳ ମାସ୍କ ପିନ୍ଧି ନଥିବା ନଜରକୁ ଆସିଥିଲା। ଏଥିପାଇଁ ତାଙ୍କ ନାଁରେ ପୁରୀ ଟାଉନ ଥାନା ପୁଲିସ ଚାଲାଣ କାଟିବା ସହ ୨ ହଜାର ଟଙ୍କାର ଜରିମାନା ଆଦାୟ କରିଛି ।

ସାରା ରାଜ୍ୟରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଚାଲିଛି । ୧୬ ତାରିଖ ଯାଏଁ ଏହା ଚାଲିବ।

ସୂଚନାଯୋଗ୍ୟ କରୋନାର ଦ୍ବିତୀୟ ପ୍ରବାହକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସଚେତନ କରିବା ସହ କୋଭିଡ୍ ନିୟମ ମାନି ମାସ୍କ ଠିକ୍ ଭାବରେ ପିନ୍ଧିବାକୁ ଅପିଲ କରିଥିଲେ। ବେକରେ ଝୁଲାଇ ନୁହେଁ ପୂରା ମୁହଁ ଓ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ  ରାଜ୍ୟବାସୀଙ୍କ କହିଥିଲେ।ଏଥି ସହିତ  ଅମାନିଆଙ୍କୁ ସାବାଡ଼ କରିବାକୁ ୧୦ ଦିନ ସ୍ପେଶାଲ ଡ୍ରାଇଭ ପାଇଁ ପୁଲିସ ଡିଜି ଅଭୟଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସାରା ରାଜ୍ୟରେ ପୁଲିସର ସ୍ପେଶାଲ ଡ୍ରାଇଭ ଚାଲିଥିବା ବେଳେ କୋଭିଡ ନିୟମ ଉଲ୍ଲଘଂନ କରୁଥିବା ଲୋକଙ୍କଠୁ ଫାଇନ୍‌ ଆଦାୟ କରାଯାଉଛି।

Leave A Reply

Your email address will not be published.