ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଜଟିଳ ହେଲାଣି ଟ୍ରାଫିକ୍‍ ସମସ୍ୟା, ଖାଲି ପଡ଼ିଛି ଟ୍ରାଫିକ୍‍ ଡିସିପି ପଦବୀ

ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ୍‍ ସମସ୍ୟା ଜଟିଳ ହୋଇଗଲାଣି। ପ୍ରତିଦିନ ଗୋଟିଏ ଛକରୁ ଅନ୍ୟ ଛକକୁ ଯିବାକୁ କାଠିକର ପାଠ ହେଲାଣି। ଏହାସହ ଅମାନିଆଙ୍କ ଗାଡ଼ି ଚାଳନା ରାଜଧାନୀବାସୀଙ୍କୁ ନାକେଦମ୍‍ କରି ପକାଇଲାଣି। ଏଭଳି ସ୍ଥିତିରେ ରାଜଧାନୀରେ ଟ୍ରାଫିକ୍‍ ଡିସିପି ପଦବୀ ଖାଲି ପଡ଼ିଛି। ଗତକାଲି ଟ୍ରାଫିକ୍‍ ଡିସିପି ଥିବା ୨୦୧୮ ବ୍ୟାଚ୍‍ର ଆଇପିଏସ୍‍ ଏସ୍‍.ଶୁଶ୍ରୀଙ୍କୁ ନବରଙ୍ଗପୁର ଏସ୍‍ପି ଭାବେ ବଦଳି କରାଯାଇଛି। ତେଣୁ ସେ ଯିବା ପରେ ଅନ୍ୟ କାହାରିଙ୍କୁ ଅବସ୍ଥାପିତ କରାଯାଇ ନାହିଁ। ତେଣୁ ତାଙ୍କ କାର୍ଯ୍ୟ ଅତିରିକ୍ତ ଡିସିପି କେ.କେ ପାଣିଗ୍ରାହୀ ସମ୍ଭାଳୁଛନ୍ତି। ହେଲେ ପୂର୍ବରୁ ମଧ୍ୟ ଅନେକ ଡିସିପିଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି। କିନ୍ତୁ କାହାରିକୁ ସ୍ଥାୟୀ ଭାବେ ଅବସ୍ଥାପିତ କରାଯାଇ ନାହିଁ।

ପ୍ରଥମେ ସାଗରିକା ନାଥ ଟ୍ରାଫିକ୍‍ ଡିସିପି ଭାର ସମ୍ଭାଳିଥିଲେ। ସେ କିଛି ଦିନ କାର୍ଯ୍ୟ କରିବା ପରେ ତାଙ୍କୁ ସୁନ୍ଦରଗଡ଼କୁ ବଦଳି କରି ଦିଆଯାଇଥିଲା। ପରେ ତାଙ୍କ ସ୍ଥାନରେ ଆଇପିଏସ୍‍ ସୌମ୍ୟା ମିଶ୍ରଙ୍କୁ ଡିସିପି ଭାବେ ଦାୟିତ୍ୱ ମିଳିଲା। କିନ୍ତୁ ସେ ମଧ୍ୟ ନିଜର ବ୍ୟକ୍ତିଗତ କାରଣ ପାଇଁ ଅପସାରିଗଲେ। ଏହାପରେ ଜଣେ ପଦୋନ୍ନିତ ଓପିଏସ୍‍ଙ୍କୁ ଦାୟିତ୍ୱ ଦିଆଗଲା। ସେ କିଛି ଦିନି ସମ୍ଭାଳିବା ପରେ ଏସ୍‍.ଶୁଶ୍ରୀଙ୍କୁ ଦାୟିତ୍ୱ ମିଳିଥିଲା। ହେଲେ ତାଙ୍କୁ ଅନ୍ୟତ୍ର ବଦଳି କରାଯିବ ପରେ ଏବେ ଟ୍ରାଫିକ୍‍ ଡିସିପି ପଦ ଖାଲି ପଡ଼ିଛି।

ବଡ଼ କଥା ହେଲା ରାଜଧାନୀର ବିଭିନ୍ନ ଛକରେ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହେଉଛି। ଅନେକ ଅମାନିଆ ଜାଣି ଶୁଣି ପ୍ରତି ଛକରେ ବାମ ପାର୍ଶ୍ବରେ ରାସ୍ତା ଛାଡ଼ୁ ନାହାନ୍ତି। ଯାହାଫଳରେ ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରୀ ଗାଡ଼ି ଯିବାରେ ସମସ୍ୟା ହେଉଛି। ସେହପରି ଅନେକ ଅମାନିଆ ମନ ଇଚ୍ଛା ଗାଡ଼ି ଚାଳନା କରି ଦ୍ରୁତ ଗତିରେ ଯାଉଛନ୍ତି। ଅନ୍‍ଲାଇନ୍‍ ଚାଲାଣ କଟୁଥିଲେ ବି ସେମାନଙ୍କ ଉପରେ କିଛିବି ଫରକ ପଡ଼ୁନି। ଯେଉଁଥି ପାଇଁ ସେମାନେ ଗାଡ଼ିରେ ଉଚ୍ଚ ଶବ୍ଦ କରୁଥିବା ସାଇଲେନ୍‍ସର ଲଗାଇ ସହରରେ ବୁଲୁଛନ୍ତି। ନିୟମିତ ଯାଞ୍ଚ କରାଯାଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି।

Leave A Reply

Your email address will not be published.