ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରେଡିଂ ଏବଂ ଜୁଆ ନେଲା ଯୁବକଙ୍କ ଜୀବନ: ଫେକ୍ ଆକାଉଣ୍ଟ ଖୋଲି ସାଙ୍ଗମାନେ କରୁଥିଲେ ହଇରାଣ, ହାରିଲେ ଯୁବକଙ୍କଠୁ ଆଦାୟ କରୁଥିଲେ ଟଙ୍କା

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗାଁର ଏକ ଦୁଃଖଦ ଘଟଣା ଘଟିଯାଇଛି। ଟ୍ରେଡିଂ ଏବଂ ଜୁଆ ଜଣେ ଯୁବକଙ୍କ ଜୀବନ ନେଇଛି।  ମୃତ ଯୁବକ ଜଣଙ୍କ ହେଉଛନ୍ତି ସୌମିତ୍ର । ଫେକ ଆକାଉଣ୍ଟ ଖୋଲି ସାଙ୍ଗ ମାନେ ସୌମିତ୍ରଙ୍କୁ ଜବରଦସ୍ତି ଟଙ୍କା ମାଗିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ,  ନିଜର ଅନିଚ୍ଛା ସତ୍ତ୍ୱେ ସାଙ୍ଗମାନେ ଟ୍ରେଡିଂ ନେଇ ସୌମିତ୍ରଙ୍କ ନାମରେ ଆକାଉଣ୍ଟ ଖୋଲିଥିଲେ । ଯେତେବେଳେ ହାରି ଯାଉଥିଲେ ସେତେବେଳେ ଯୁବକଙ୍କଠୁ ଟଙ୍କା ଆଦାୟ କରୁଥିଲେ । ଲକ୍ଷାଧିକ ଟଙ୍କା ହାରିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ସୌମିତ୍ର । ଚିଠି ଲେଖି ପରିବାର ଲୋକଙ୍କୁ କ୍ଷମା ମାଗିଛନ୍ତି । ବେଙ୍ଗାଲୁରରେ ଇନ୍‌ଫୋସିସ୍ କମ୍ପାନୀରେ କାର୍ଯ୍ଯ କରୁଥିଲେ ସୌମିତ୍ର । ଫେକ ଆକାଉଣ୍ଟ ଖୋଲି ସାଙ୍ଗ ମାନେ ସୌମିତ୍ରଙ୍କୁ ଜବରଦସ୍ତି ଟଙ୍କା ମାଗିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଲକ୍ଷାଧିକ ଟଙ୍କା ଦେବା ପରେ ଆଉ ବାକି ଟଙ୍କା ନଦେଇ ପାରିବାରୁ ଜଳେଶ୍ୱର ଥାନାରେ ମାମଲା ପହଞ୍ଚିଥିଲା । ପରେ ଜମି ବିକ୍ରି କରି ୧୨ ଲକ୍ଷ ଟଙ୍କା ଶୁଝିଥିବା ସୌମିତ୍ରଙ୍କ ବାପା କହିଛନ୍ତି ।

Leave A Reply

Your email address will not be published.