ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଲି ପଦମପୁର ରେଜଲ୍ଟ : ୧୪ଟି ଟେବୁଲରେ ହେବ ୨୩ ରାଉଣ୍ଡ ଗଣତି

ପଦମପୁର : କାଲି ପଦମପୁର ରେଜଲ୍ଟ । ଗଣତି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଥମେ ସକାଳ ୮ରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ ଗଣତି । ୭ଟା ୫୯ସୁଦ୍ଧା ଆସିଥିବା ସମସ୍ତ ପୋଷ୍ଟାଲ ବାଲଟ ଗଣାଣିବ । ୨୯୬ ପୋଷ୍ଟାଲ ବାଲଟ ଏବେସୁଦ୍ଧା ଆସିଥିବାରୁ ତାକୁ ଆଗ ଗଣତି ହେବ । ଏହାପରେ ସାଢେ ୮ରୁ ଲଗାତର ଭାବେ ଇଭିଏମ କାଉଣ୍ଟିଂ କରାଯିବ । ମୋଟ୍ ୩୧୯ ବୁଥ ପାଇଁ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ଏହାସହ ରିଟର୍ଣ୍ଣିଂ ଅଫିସରଙ୍କ ଗୋଟିଏ ଟେବୁଲ ରହିବ ।

୫ଟି ବୁଥର ହେବ ଭିଭିପାଟ୍ ଗଣତି । ଗଣତି କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ତରଫରୁ ଜେନେରାଲ ଅବଜରଭର ନିଯୁକ୍ତ ଅଛନ୍ତି । ସମସ୍ତ ଗଣତି ପ୍ରକ୍ରିୟାକୁ ସେ ତଦାରଖ କରିବେ । ସେହିପରି ଦୁଇଜଣ ଟେକନିକାଲ ଅବଜରଭର ଅଛନ୍ତି । ଇଭିଏମରେ କୌଣସି ତ୍ରୁଟି ହେଲେ ସଙ୍ଗେସଙ୍ଗେ ବ୍ୟବସ୍ଥା କରିବେ । ସେହିପରି ପ୍ରତି ପ୍ରାର୍ଥୀଙ୍କର କାଉଣ୍ଟିଂ ଏଜେଣ୍ଟ ମଧ୍ୟ ଇସିଆଇ ପ୍ରଦତ୍ତ ନିଯୁକ୍ତି ପତ୍ର ଧରି ଉପସ୍ଥିତ ରହିବେ ।

ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଆରପିଏଫ୍, ଷ୍ଟେଟ ଆର୍ମ ଫୋର୍ସ ଓ ରାଜ୍ୟ ପୋଲିସ ନିଯୁକ୍ତ ହୋଇଛନ୍ତି । ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ପାସ୍ ଦିଆଯାଇଛି । ଗଣତି କେନ୍ଦ୍ର ଆଗରେ ଗଣମାଧ୍ୟମର ସୁବିଧା ପାଇଁ ବ୍ୟବସ୍ଥା ହୋଇଛି । ଏପଟେ ଭୁବନେଶ୍ବର ସିଇଓ ଅଫିସରେ ମଧ୍ୟ ଗଣମାଧ୍ୟମ ଫଳାଫଳ ଜାଣିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.