ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲି ମହାପ୍ରଭୁଙ୍କ ରଥଯାତ୍ରା , ଆଜି ତିନି ରଥ ନେବେ ଉତ୍ତର ମୋଡ଼

ରାତି ପାହିଲେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ ଯାତ୍ରା । ରଥ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଆଜି ଶ୍ରୀକ୍ଷେତ୍ରରେ ଉଭାଯାତ୍ରା ପାଳନ ହେଉଛି । ଏଥିପାଇଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସଂପନ୍ନ ହେବା ପରେ ରଥଖଳାକୁ ଯିବ ମହାପ୍ରଭୁଙ୍କ ଆଜ୍ଞାମାଳ । ରଥଖଳାରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି ପରେ ତିନି ରଥର ଚକ ଅଖରେ ତୈଲ ଲାଗି ହୋଇ ସିଂହଦ୍ୱାର ଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏହାପରେ ରଥଖଳାରେ ପ୍ରସ୍ତୁତ ତିନି ରଥକୁ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସିଂହଦ୍ୱାରକୁ ଟାଣି ଟାଣି ଆଣୁଛନ୍ତି । ସିଂହଦ୍ୱାର ଚକଡାରେ ତିନି ରଥକୁ ଟାଣି ଆଣିବା ପରେ ଉତ୍ତର ମୋଡ କରାଯିବ । ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନିରଥରେ ବସି ଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧାମୂରତି । ରଥଯାତ୍ରା ପାଇଁ ସୁରକ୍ଷାବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ରଥଯାତ୍ରାର ସମସ୍ତ ନୀତିକାନ୍ତି ଠିକ୍ ସମୟରେ କରିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.