ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖାଇବ ତେଲ ମହଙ୍ଗାମାଡ଼: ଟୋଲତେଲ ସାଜିଛି ଗରିବଙ୍କ ସାହାରା

ଶରତ: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଵ୍ଲକର ଶରତ ଅଞ୍ଚଳର ବିଭିନ୍ନ ଗ୍ରାମରେ ଗରିବଙ୍କ ହାଣ୍ଡି ଶାଳରେ ଖାଇବା ତେଲର ବିକଳ୍ପ ସାଜିଛି ଟୋଲତେଲ । ଦେଶରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିସହ ଖାଇବା ତେଲ ମଧ୍ୟ ତାଳଦେଇ ବଢିଚାଲିଛି । ଫଳରେ ଗରିବ ପରିବାର ଠାରୁ ଆରମ୍ଭକରି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି କପ୍ତିପଦା ଵ୍ଲକର ଆଦିବାସୀ ଅଞ୍ଚଳ ଅଶ୍ଵକୋଟୀ ଗାଁ ସମେତ ବିଭିନ୍ନ ଗ୍ରାମରେ ରହୁଥିବା ଲୋକମାନେ ଏକ ନୂଆ ଵିକଳ୍ପ ଆପଣେଇ ନେଇଛନ୍ତି । ଟୋଲରୁ ତେଲ ପ୍ରସ୍ତୁତ କରି ନିଜେ ଖାଇବା ସହିତ ଗୁଜୁରାଣ ମେଣ୍ଟାଉଛନ୍ତି । ମହୁଲ ଫୁଲ ଝଡିବା ପରେ ସେହି ଗଛରେ ଫଳ ହୁଏ । ସେହି ଫଳକୁ ଟୋଲ କୁହାଯାଏ । ମହୁଲ ପରେ ଆଦିବାସୀ ମାନେ ଏହି ଟୋଲକୁ ସଂଗ୍ରହ କରିଥାନ୍ତି । ଏହାର ଚୋପା ଛଡାଇ ପଥରରେ ଛେଚି ଏହାକୁ ଖରାରେ ଶୁଖାଇଥାନ୍ତି । ସଂପୂର୍ଣ୍ଣ ଶୁଖିଲାପରେ ଏହାକୁ ଗାଉଁଲି ପେଡାରେ ପେଡି ତେଲ ବାହାର କରନ୍ତି । ସ୍ଵାସ୍ଥ୍ୟପାଇଁ ଏହା ବେଶ୍ ଉପଯୋଗୀ । ବର୍ତ୍ତମାନ ବଜାରରେ ସୋରିଷ ତେଲ ଲିଟର ପିଛା ୧୮୦ରୁ ୨୦୦ଟଙ୍କା ଥିବାବେଳେ ଏହିତେଲ ୮୦ରୁ ୧୦୦ଟଙ୍କାରେ ମିଳୁଛି । ଅପମିଶ୍ରିତ ତେଲ ଅପେକ୍ଷା ଏହା ବହୁ ଗୁଣରେ ସ୍ବାସ୍ଥ୍ୟପ୍ରଦ ଓ ଵ୍ୟୟବହୁଳରୁ ରକ୍ଷା ପାଇବା ସହ ନିରୋଗ ରହିବାକୁ ଏହି ତେଲର ଵ୍ୟଵହାର କରୁଛନ୍ତି । ଏହାର ଚାହିଦା ବଢିବଢି ଚାଲିଛି । ତେଲରୁ ବାହାରୁ ଥିବ ପିିଡିଆ ସାବୁନ ଓ ମାଛ ଖାଦ୍ୟ ପାଇଁ ଵାହାର ରାଜ୍ୟକୁ ଯାଉଛି । କରୋନା ମହାମାରୀ ସମୟରେ ଟୋଲରୁ ପ୍ରସ୍ତୁତ ଏହି ତେଲ ବିକ୍ରିକରି ଅଞ୍ଚଳବସୀ ଭଲ ଦୁଇ ପଇସା ରୋଜଗାର କରିବ ସହ ପରିଵାର ପ୍ରତିପୋଷଣ କରୁଛନ୍ତି । ମାତ୍ର ଏ ଵାଵଦରେ କୃଷି ଵିଭାଗ କିମ୍ବା ସରକାରୀ ସହାୟତା ମିଳୁନି । ଅଧିକାଂଶ ଗାଁରେ ବିଜୁଳି ସଂଯୋଗ ହୋଇ ନଥିଵାରୁ ତେଲ ପାଇଁ ପାରମ୍ପରିକ ପଦ୍ଧତ୍ତିରେ ବଳଦଙ୍କ ସହାୟତାରେ ପେଡିଵାକୁ ପଡୁଛି । ଵ୍ୟାଙ୍କ ଋଣ କିମ୍ଵା ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ଅଞ୍ଚଳଵାସୀ ଵିଷେଶ ଉପକୃତ ହୋଇ ପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.