ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାରା ଅଲିମ୍ପିକ୍ସରେ ଆଉ ଏକ ପଦକ ପକ୍କା କଲେ ଓଡ଼ିଆ ପୁଅ; ବ୍ୟାଡମିଣ୍ଟନ ଫାଇନାଲରେ ପହଁଚିଲେ ପ୍ରମୋଦ ଭଗତ

ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସରେ ଦମ୍ ଦେଖାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ୍‌ ଫାଇନାଲକୁ ପ୍ରବେଶ କରି ପଦକ ସୁନିଶ୍ଚିତ କଲେ ପ୍ରମୋଦ । ଆଜି ଏସଏଲ -୩ ବର୍ଗରେ ଖେଳାଯାଇଥିବା ସେମିଫାଇନାଲରେ ଓଡିଆ ପୁଅ ଭଗତ ଜାପାନର ଦାଇସୁକେ ଫୁଜିହରାଙ୍କୁ ୨୧-୧୧,୨୧-୧୬ରେ ହରାଇଛନ୍ତି । ଏହି ବିଜୟ ସହ ତାଙ୍କର ପଦକ ସୁନିଶ୍ଚିତ ହୋଇଛି। ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ଯୋଗଦେଇଥିବା ବେଳେ ଓଡ଼ିଶା ପାଇଁ ପାରା ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ ସଫଳତା ଆଣିବେ ପ୍ରମୋଦ ଭଗତ । ଆଜି ୩ଟା ବେଳେ ଫାଇନାଲ ଖେଳିବେ ପ୍ରମୋଦ ଭଗତ ।

ଟୋକିଓ ପାରା ଅଲିମ୍ପିକ୍ସରେ ଆଜିର ଦିନ ଭାରତ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। ଆଜି ଭାରତର ବହୁ ଆଥଲେଟ୍ ଶୁଟିଂ, ବ୍ୟାଡମିଣ୍ଟନରେ ଦେଶ ପାଇଁ ପଦକ ଜିତିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.