ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲିଠାରୁ ଟୋକିଓ ପାରାଅଲିମ୍ପିକ୍ସ

ଟୋକିଓ: ଆସନ୍ତାକାଲିଠୁ ଟୋକିଓରେ ଆୟୋଜନ ହେବ ୨୦୨୦ ପାରାଅଲମ୍ପିକ୍ସ। ମଙ୍ଗଳବାର ଜାତୀୟ ଅଲିମ୍ପିକ୍‌ସ ଷ୍ଟାଡିୟମରେ ନିରାଡ଼ମ୍ବର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଜାପାନ ସମ୍ରାଟ୍‌ ନାରୁହିତୋ କ୍ରୀଡ଼ାର ଉଦ୍‌ଘାଟନ କରିବେ। ଏହି ଉତ୍ସବରେ ଭାରତର ୫ ଜଣ କ୍ରୀଡ଼ାବିତ୍ ଓ ୬ ଜଣ ଅଧିକାରୀ ଭାଗନେବେ। ୨୦୧୬ ରିଓ ପାରା ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ  ହାଇଜମ୍ପର ମାରିୟାପ୍ପାନ ଥାଙ୍ଗାଭେଲୁ ଉତ୍ସବରେ ଭାରତୀୟ ଜାତୀୟ ଧ୍ବଜା ବହନ କରିବେ। ଅନ୍ୟ ୪ ଜଣ ହେଲେ ଡିସ୍‌କସ୍ ଫିଙ୍ଗାଳି ବିନୋଦ କୁମାର, ଜାଭେଲିନ୍ ଫିଙ୍ଗାଳି ତେକ୍ ଚାନ୍ଦ ଏବଂ ଦୁଇ ପାୱର ଲିଫ୍‌ଟର ଜୟଦୀପ ଓ ସାକିନା ଖାତୁନ୍।

ଏଥିରେ ୪୦ଜଣ ପୁରୁଷ ଓ ୧୪ଜଣ ମହିଳାଙ୍କ ସମେତ ୫୪୫୪ ଜଣ ପ୍ରତିଯୋଗୀ ଭାଗନେବେ; ଯାହା ଅଦ୍ୟାବଧି ସର୍ବାଧିକ ତୃତୀୟ ଦଫାରେ ଟେବୁଲଟେନିସ, ଶକ୍ତିଉତ୍ତୋଳନ ଓ ତାଏ‌େ‌କ୍ବାଣ୍ଡୋ ଖେଳାଳିମାନେ ଟୋକିଓରେ ପହଞ୍ଚିଛନ୍ତି। ଗୁଜରାଟର ପାରା ଟେବୁଲଟେନିସ ଖେଳାଳି ଭବାନୀ ପଟେଲ ଓ ସୋନାଲବେନ୍‌ ପଟେଲ ଅଂଶଗ୍ରହଣ କରିବେ। ଭବାନୀ ହ୍ବିଲଚେୟାର କ୍ଲାସ-୪ କାଟାଗୋରୀ ଓ ସୋନାଲବେନ୍ କ୍ଳାସ-୩ ମହିଳା ସିଙ୍ଗଲ୍‌ସରେ ଅଂଶଗ୍ରହଣ କରିବେ। ଉଭୟଙ୍କ ପ୍ରତିଯୋଗିତା ଅଗଷ୍ଟ ୨୫ରୁ ଆରମ୍ଭ ହେବ। ସେହିପରି ତାଏ​‌େ​‌କ୍ବାଣ୍ଡୋରେ ୨୧ ବର୍ଷୀୟା ଅରୁଣା ତନୱାର ୪୯ କିଗ୍ରା କେ୪୪ ବିଭାଗରେ ଅଂଶଗ୍ରହଣ କରିବେ। ପାରା ଶକ୍ତିଉତ୍ତୋଳକ ଜୟ ଦୀପ୍‌ ପୁରୁଷ ୬୫ କିଗ୍ରାରେ ଓ ସାକିନା ମହିଳା ୫୦ କିଗ୍ରା ବର୍ଗରେ ଅଂଶଗ୍ରହଣ କରି​ କରିବେ।

ଟୋକିଓ ପାରାଲିମ୍ପିକ୍‌ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ପାରା କମିଟି ଅଫ ଇଣ୍ଡିଆ ସଭାପତି ଦୀପା ମଲିକ ଓ ଚିଫ ଡି ମିଶନ ଦୃଢତାର ସହିତ କହିଛନ୍ତି।ପାରାଲିମ୍ପିକ୍ସ ପାଇଁ ଭାରତର ପୂର୍ବ ସର୍ବବୃହତ କଣ୍ଟିଜେଣ୍ଟ ରିଓ ୨୦୧୬ରେ ଥିଲା । ସେଠାରେ ୧୯ ଜଣ ଆଥଲେଟ୍ସ ଦେଶକୁ ପାଞ୍ଚଟି କ୍ରୀଡ଼ାରେ ପ୍ରତିନିଧିତ୍ୱ କରିଥିଲେ । ଭାରତ ରିଓ ୨୦୧୬ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭାବରେ ମୋଟ ଚାରିଟି ପଦକ ଜିତିଥିଲା । ତନ୍ମଧ୍ୟରେ ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ରହିଥିଲା। ଏଥର ମଧ୍ୟ ଅଧିକ ପଦକ ଜିତିବା ଆଶାରେ ଅଛି ଭାରତ।

Leave A Reply

Your email address will not be published.