ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟୋକିଓ ଅଲିମ୍ପିକ୍ସ: ରେସଲିଂରେ ଆଉ ଏକ ପଦକ ସମ୍ଭାବନା, ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗର ସେମିରେ ପହଞ୍ଚିଲେ ବଜରଙ୍ଗ ପୁନିଆ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତକୁ ଆଉ ଏକ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ଭାରତୀୟ ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗର କ୍ୱାର୍ଟର ଫାଇନାଲରେ ବଜରଙ୍ଗ ଇରାନର ମୁର୍ତାଜା ଜିଆସିଙ୍କୁ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ସେ ପ୍ରି-କ୍ୱାର୍ଟର ଫାଇନାଲରେ କିର୍ଗିଜସ୍ଥାନର ଅର୍ଣ୍ଣଜର ଆକମାତାଲିଭଙ୍କୁ ପରାସ୍ତ କରିଥିଲେ।

ଗୁରୁବାର ରବି କୁମାର ଦହିଆ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ଚଳିତ ଅଲିମ୍ପିକ୍ସରେ ଏହା ଭାରତ ପାଇଁ ପ୍ରଥମ ରେସଲିଂ ପଦକ ତଥା ଓଭରଅଲ୍ ପଞ୍ଚମ ପଦକ ଥିଲା । ସୁଶୀଲ କୁମାରଙ୍କ ପରେ ରବି କୁମାର ଭାରତର ଦ୍ଵିତୀୟ ରେସଲର ଭାବେ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ ।

Leave A Reply

Your email address will not be published.