ଟୋକିଓ ଅଲିମ୍ପିକ୍ସ: ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇ କ୍ବାର୍ଟର ଆଶା ଉଜ୍ଜୀବିତ କଲା ଭାରତୀୟ ମହିଳା ହକି ଟିମ୍

ଟୋକିଓ: ଅଲିମ୍ପିକ୍ସ ଗ୍ରୁପ ପର୍ଯ୍ୟାୟର କର ବା ମର ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ମହିଳା ହକି ଟିମ । ପୁଲ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ରେ ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ରେ ପରାସ୍ତ କରିଛି । ଏହା ସହିତ ଭାରତ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ଆଶା ଉଜ୍ଜୀବିତ ରଖିଛି । ଗ୍ରୁପ୍ ପର୍ଯ୍ୟାୟରେ ୫ଟି ପାଞ୍ଚରୁ ଭାରତ ୨ଟିରେ ବିଜୟୀ ହୋଇଛି । ଭାରତର ଭାଗ୍ୟ ଆୟର୍ଲାଣ୍ଡ ଏବଂ ଗ୍ରେଟ୍ ବ୍ରିଟେନ ମଧ୍ୟରେ ମ୍ୟାଚ୍ ଉପରେ ନିର୍ଭର କରୁଛି। ଯଦି ଆୟର୍ଲାଣ୍ଡ ପରାସ୍ତ ହୁଏ, ତେବେ ଭାରତ କ୍ବାର୍ଟର ଫାଇନାଲରେ ପହଞ୍ଚିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ପାଇଁ ବନ୍ଦନା କାଟାରିଆ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଅଲିମ୍ପିକ୍ ମ୍ୟାଚ୍ ରେ ହ୍ୟାଟ୍ରିକ୍ ଗୋଲ ସ୍କୋର କରିବାରେ ବନ୍ଦନା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ହକି ଖେଳାଳି।

Leave a comment