ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟୋକିଓ ଅଲିମ୍ପିକ୍ସ: ବ୍ରୋଞ୍ଚ ଲଢ଼େଇରେ ଗ୍ରେଟ୍ ବ୍ରିଟେନ୍‌ଠାରୁ ୪-୩ ଗୋଲରେ ପରାସ୍ତ ହେଲା ଭାରତ

ଟୋକିଓ: ନିରାଶ କଲେ ଭରତୀୟ ମହିଳା ହକି ଟିମ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ସଂଘର୍ଷପୂର୍ଣ୍ଣ ଲଢ଼େଇରେ ଗ୍ରେଟ୍ ବ୍ରିଟେନ୍‌ଠାରୁ ହାରିଯାଇଛି ଭରତୀୟ ମହିଳା ହକି ଦଳ । ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହା ସହିତ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିବାର ଇତିହାସ ରଚିବାରେ ବିଫଳ ହୋଇଛି ଭରତୀୟ ମହିଳା ହକି ଟିମ ।

ବ୍ରିଟେନକୁ କଡା ଟକ୍କର ଦେଇ ଭାରତ ଲଢିଥିଲା । ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ଲଢୁଆ ପ୍ରଦର୍ଶନ କଲେ । ପ୍ରଥମ କ୍ୱାର୍ଟରରେ ମ୍ୟାଚ୍‌ ୦-୦ ଗୋଲରେ ସ୍ଥିତି ବରାବର ରହିଥିଲା । ଦ୍ୱତୀୟ କ୍ୱାର୍ଟର ପ୍ରଥମାର୍ଦ୍ଧରେ ଗ୍ରେଟ ବ୍ରିଟେନ ୨ଟି ଗୋଲ କରି ଆଗୁଆ ରହିଥିବା ବେଳେ ଜବରଦସ୍ତ କମବ୍ୟାକ୍ କରିଥିଲା ଭାରତୀୟ ଦଳ । ଦ୍ୱିତୀୟ କ୍ୱାର୍ଟର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିବା ସତ୍ୱେ ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍ ରେ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ରେ ପରିଣତ କରିବାରେ ସଫଳ ହୋଇଥିଲା ଗ୍ରେଟ୍ ବ୍ରିଟେନ୍। ଏହା ସହିତ ଦଳ ଭାରତ ଠାରୁ ୪-୩ ଗୋଲ୍ ରେ ଆଗୁଆ ହୋଇଯାଇଥିଲା।

Leave A Reply

Your email address will not be published.