ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆରମ୍ଭ ହେଲା ବିଶ୍ବ କ୍ରୀଡା ମହାକୁମ୍ଭ ‘ଅଲିମ୍ପିକ୍ସ’, ତ୍ରିରଙ୍ଗା ଧରିଲେ ମନପ୍ରୀତ ଓ ମ୍ୟାରୀ କମ୍

ଟୋକିଓ : ଆରମ୍ଭ ହୋଇଛି ବିଶ୍ବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ । ଜାପାନର ରାଜଧାନୀ ଟୋକିଓର ଜାତୀୟ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ଅଲିମ୍ପିକ୍ସର ୩୨ତମ ସଂସ୍କରଣ। ତେବେ କରୋନା ମହାମାରୀ ଯୋଗୁଁ ବିନା ଦର୍ଶକରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଉଛି । ଭାରତୀୟ ଦଳର ୨୦ ଜଣ ଆଥଲେଟ୍ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । କିମ୍ବଦନ୍ତି ପାଲଟିଥିବା ଭାରତୀୟ ବକ୍ସର ମେରୀ କମ୍ ଓ ଭାରତୀୟ ହକିଦଳର ଅଧିନାୟକ ମନପ୍ରିତ ସିଂ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ କରିଥିଲେ । ଅଲିମ୍ପିକ୍ସର ପରମ୍ପରା ଅନୁସାରେ ଗ୍ରୀସର ଆଥଲେଟ ଦଳ ପ୍ରଥମେ ଶୋଭାଯାତ୍ରାରେ ବାହାରି ଥିଲେ ।

ଉଦଘାଟନୀ ସମାରୋହରେ ଆଥଲେଟ ମାନଙ୍କୁ ଜୋରଦାର ସ୍ବାଗତ କରାଯାଇଛି । କରୋନା ମହାମାରୀ ସମୟରେ ସତର୍କତା ପୂର୍ବକ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଟୋକିଓ ଅଲିମ୍ପିକ୍ । ଉଦଘାଟନୀ ଉତ୍ସବରେ ଷ୍ଟାଡିୟମରେ ଖଚାଖଚ୍‌ ଭରା ଦର୍ଶକ ଅଛନ୍ତି । ବିଭିନ୍ନ ଆତସବାଜୀ, ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସାଙ୍ଗକୁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ବିଶ୍ବର ଅନ୍ୟତମ କ୍ରୀଡା ସମାରୋହ ।


ଜାପାନର ସମ୍ରାଟ ନାରୁହିତୋର ଜାତୀୟ ଷ୍ଟାଡିୟମ ପରିସରରେ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ଅଧ୍ୟକ୍ଷ ଥୋମାସ୍ ବାଖ ଉଦଘାଟନ କରିଥିଲେ । କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସର୍ବପ୍ରଥମେ ଗ୍ରୀକ୍‌ ଅଲିମ୍ପିକ୍ ଦଳ ଷ୍ଟାଡିୟମରେ ମାର୍ଚ୍ଚ କରିଥିଲେ । ଭାରତ ପକ୍ଷରୁ ଅଲମ୍ପିକ ଉଦଘାଟନୀ ଉତ୍ସବରେ ଖେଳାଳିମାନେ ଉପସ୍ଥିତ ଥିଲେ । ମହାମାରୀ କାରଣୁ ଭାରତର ୧୮ ଜଣ ଖେଳାଳି ଅଲିମ୍ପିକ ମାର୍ଚ୍ଚ କରିଥିଲେ । ଭାରତୀୟ ହକି ଟିମ ଅଧିନାୟକ ମନପ୍ରୀତ ସିଂହ ଏବଂ ବକ୍ସିଂ ଲିଜେଣ୍ଡ ଏମ୍‌ସି ମେରିକମ୍ ତ୍ରିରଙ୍ଗା ପତାକା ଧରି ଭାରତୀୟ ସ୍କ୍ବାଡ୍‌ଙ୍କୁ ଆଗକୁ ନେଇଥିଲେ ।


ଅଲିମ୍ପିକ୍ସରେ ଏଥର ୨୦୦ରୁ ଅଧିକ ଦେଶର ପାଖାପାଖି ୧୧୪୦୦ ପ୍ରତିଯୋଗୀ ନିଜ ଅପୂର୍ବ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନିଦର୍ଶନ ଦେବେ। ୩୩ କ୍ରୀଡ଼ାର ୫୦ ଶୃଙ୍ଖଳା ଓ ୩୩୯ ଇଭେଣ୍ଟରେ ଜାପାନ ରାଜଧାନୀ ଟୋକିଓରେ ଶୁକ୍ରବାରଠାରୁ ଅଗଷ୍ଟ ୮ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି କ୍ରୀଡ଼ା ମହାସମର । ଏଥର ଭାରତ ୧୨୭ ଜଣ ଖେଳାଳି ଟୋକିଓ ପଠାଇଛି। ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ଅଛନ୍ତି

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ମହାମାରୀ ବ୍ୟାପିବା ପରେ ତାହାକୁ ୨୦୨୧କୁ ଘୁଞ୍ଚାଇଦିଆଯାଇଥିଲା । ମହାମାରୀ ବ୍ୟାପିବାର ଆଶଙ୍କା ଥିବାରୁ ଜାପାନରେ ଏହି କ୍ରୀଡ଼ା ସମାରୋହକୁ ବିରୋଧ କରାଯାଉଥିଲା । ତେବେ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଆୟୋଜକମାନେ ଏହାକୁ ଆୟୋଜନ କରିବାରେ ସଫଳ ହୋଇଛନ୍ତି । କରୋନା ସଂକ୍ରମଣରୁ ଖେଳାଳୀମାନଙ୍କୁ ସୁରକ୍ଷିତ ରଖିବାକୁ କ୍ରୀଡ଼ାଗ୍ରାମରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.