ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବ ସ୍ବାସ୍ଥ୍ୟ ଦିବସ : ସ୍ବାସ୍ଥ୍ୟ ହିଁ ସମ୍ପଦ

ଶରୀର ଓ ମନ ଉଭୟର ସୁସ୍ଥତା ହିଁ ଉତ୍ତମ ସ୍ବାସ୍ଥ୍ୟର ଚାବିକାଠି। ତେଣୁ ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ, ଶୁଦ୍ଧ ପାନୀୟ ଜଳ, , ପରିଷ୍କାର ପରିଚ୍ଛନ୍ନ ପରିବେଶ ନିହାତି ଆବଶ୍ୟକ। ସ୍ବାସ୍ଥ୍ୟ ସଚେତନତା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ‘ବିଶ୍ବ ସ୍ବାସ୍ଥ୍ୟ ଦିବସ’ ଭାବେ ପାଳନ କରାଯାଉଛି। ଏବେ କରୋନା ମହମାରୀ ଯୋଗୁ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ହେବା ସମସ୍ତଙ୍କ ପକ୍ଷେ ଖୁବ୍ ଜରୁରୀ ହୋଇପଡ଼ିଛି। ୧୯୪୮ ଏପ୍ରିଲ୍ ୭ ତାରିଖ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ପ୍ରତିଷ୍ଠା ହୋଇଥିଲା।

ବିଶ୍ବରେ ଦେଖାଯାଉଥିବା ସ୍ବାସ୍ଥ୍ୟ ସମସ୍ୟା ଉପରେ ନଜର ରଖିବା ଓ ଏହାର ନିବାରଣ ପାଇଁ ଚେଷ୍ଟା କରିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ କାର୍ଯ୍ୟ । ଡବ୍ଲୁଏଚ୍‌ଓ ସ୍ଥାପନା ହେବାର ଦୁଇ ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହାରେ ପ୍ରଥମ ଥର ପାଇଁ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲା। ଲୋକମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଯେଭଳି ଯତ୍ନବାନ ହେବେ ତାହା ଉପରେ ଗୁରୁତ୍ବ ଦେବା ଏହି ଦିବସ ପାଳନର ଉଦ୍ଦେଶ୍ୟ । ଏହି ଅବସରରେ ସରକାରୀ, ବେସରକାରୀ ତଥା ଏନଜିଓ ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ସ୍ବାସ୍ଥ୍ୟ ଚିକିତ୍ସା ଶିବିରମାନ ଆୟୋଜନ କରାଯାଏ। କେବଳ ସେତିକି ନୁହେଁ, ନାଚଗୀତ ତଥା ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥାଏ। ପ୍ରତ୍ୟେକ ବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ବାସ୍ଥ୍ୟ ଦିବସ ଉପରେ ଏକ ଥିମ୍‌ ନିର୍ଦ୍ଧାରିତ କରିଥାଏ। ଚଳିତ ବର୍ଷ ସ୍ବାସ୍ଥ୍ୟ ଦିବସର ଥିମ୍ ହେଉଛି ‘ଏକ ସୁନ୍ଦର, ସୁସ୍ଥ ବିଶ୍ବ ଗଠନ କରିବା’ (ବିଲ୍‌ଡିଂ ଏ ଫେୟାରର, ହେଲଦିୟର ୱାର୍ଲ୍ଡ)।

Leave A Reply

Your email address will not be published.