ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ସୁମିତ ତପସ୍ବିନୀଙ୍କୁ ଦେବେ ୧୭ ହଜାର !

ବ୍ରହ୍ମପୁର : ତପସ୍ବିନୀ ଏବଂ ସୁମିତଙ୍କ ବିବାଦ ଏବେ ନ୍ୟାୟିକ ପ୍ରକ୍ରିୟାରେ ଅଟକି ରହିଛି। ଚଳିତ ମାସ ୪ ତାରିଖରେ ଜିଲ୍ଲା କୋର୍ଟ ତପସ୍ବିନୀଙ୍କୁ ତାଙ୍କ ଶଶୁର ଘରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସୁମିତଙ୍କୁ ମଧ୍ୟ ମାସିକ ୧୭ ହଜାର ଟଙ୍କା ତପସ୍ବିନୀଙ୍କୁ ଦେବାକୁ ନିର୍ଦ୍ଦେଶ ରହିଛି। ପ୍ରତି ମାସର ୧୦ ତାରିଖ ପୂର୍ବରୁ A ଏହି ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଆସନ୍ତାକାଲି ଜାନୁୟାରୀ ୧୦ ତାରିଖ ହେଉଥିବା ଯୋଗୁଁ ସୁମିତ ତାଙ୍କ ପତ୍ନୀଙ୍କୁ ୧୭ହଜାର ଟଙ୍କା ଦେବେ କି ନାହିଁ ତାହା ଏବେ ପ୍ରଶ୍ନ ହୋଇ ରହିଛି। ଏମଧ୍ୟରେ ସୁମିତ ପୁଣି ତାଙ୍କର ଛୁଟିକୁ ୧୫ଦିନ ବଢ଼ାଇଛନ୍ତି। ଜାନୁୟାରୀ ୭ ତାରିଖରେ ସୁମିତଙ୍କ ଛୁଟି ସରୁଥିବା ବେଳେ ପୁଣି ଜାନୁୟାରୀ ୨୧ ପର୍ଯ୍ୟନ୍ତ ସେ ଛୁଟିରେ ରହିବେ।

ହେଲେ ତପସ୍ବିନୀଙ୍କୁ ସେ କିପରି ଟଙ୍କା ଦେବେ ତାହା ପରବର୍ତ୍ତି ପର୍ଯ୍ୟାୟରେ ଜଣାପଡ଼ିବ। ସେ ଓକିଲଙ୍କ ଜରିଆରେ ବି ଟଙ୍କା ଦେଇପାରନ୍ତି। ଚଳିତ ମାସ ୪ ତାରିଖରେ କୋର୍ଟ ଆଦେଶ ଦେଇଥିବା ଯୋଗୁଁ ବର୍ତ୍ତମାନ କେବଳ ୬ ଦିନର ହିସାବରେ ଟଙ୍କା ସୁମିତ ଦେଇପାରନ୍ତି। କିନ୍ତୁ ତପସ୍ବିନୀଙ୍କ ଓକିଲ କୋର୍ଟରେ କ’ଣ ଯୁକ୍ତି ରଖିବେ ଟଙ୍କାକୁ ନେଇ ତାହା ଆସନ୍ତାକାଲି ହିଁ ଜଣାପଡ଼ିବ। ଏନେଇ ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଏବଂ ପ୍ରଦୀପ ବେହେରା କହିଛନ୍ତି ୧୦ତାରିଖ କୋର୍ଟ ଆଦେଶ ଦେଇଛନ୍ତି।

ଯଦି ଧାର୍ଯ୍ୟ ତାରିଖ ମଧ୍ୟରେ ଟଙ୍କା ତପସ୍ବିନୀଙ୍କ ନିକଟରେ ନ ପହଞ୍ଚେ ତେବେ ପୁଣି ୧୧ ତାରିଖରେ କୋର୍ଟରେ ଟଙ୍କା ପାଇଁ ପିଟିସନ ପଡ଼ିବ ବୋଲି କହିଛନ୍ତି। କୋର୍ଟଙ୍କ ଆଦେଶ ପ୍ରକାରେ ସବୁ କିଛି ହେବ। ଅନ୍ୟପକ୍ଷେ ଆସନ୍ତାକାଲି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୨ଟି ମାମଲାର ଶୁଣାଣି ହେବ। ଗୋଟିଏ ମାମଲାରେ ତପସ୍ବିନୀଙ୍କ ଓକିଲ ପୂର୍ବରୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ତପସ୍ବିନୀ ତାଙ୍କ ଘରେ ରହିବା ପାଇଁ ପିଟିସନ ଦାଖଲ କରିଥିଲେ। ସେହି ମାମଲାରେ ଅପରପକ୍ଷ ଅର୍ଥାତ୍ ସୁମିତଙ୍କ ଓକିଲ କାଉଣ୍ଟର ଦେଇନଥିଲେ। ଉକ୍ତ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.