ଆଜି ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ଆଜି ମାଘ ସପ୍ତମୀ। ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ପବିତ୍ର ମାଘ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥ ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନରେ ଅର୍କକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ଵର , ଐଶାନେଶ୍ବର , ଦକ୍ଷିଣେଶ୍ବର ପାରମ୍ପାରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୂଜା ମଣ୍ଡପରେ ପହଞ୍ଚିବା ପରେ ଭୋର ୪ଟା ୩୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ ମହାସ୍ନାନ ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ବୁଡ ପକାଇଛନ୍ତି। ଚଳିତ ବର୍ଷ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି। ଏହି ଅବସରରେ ସାଧୁସନ୍ଥ ମାନଙ୍କ ଦ୍ଵାରା ଚନ୍ଦ୍ରଭାଗା ତ୍ରିଥ ପୁସ୍କରଣୀରେ ଆଳତୀ ପରିବେଶକୁ ଭାବମୟ କରିଥିଲା।

ପୌରାଣିକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ। ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ। ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀ ମାନେ ଏହି ପବିତ୍ର ଦିନରେ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି। ଚଳିତ ବର୍ଷ ଚନ୍ଦ୍ରଭାଗା ବୁଡକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଏସପିଙ୍କ ସହିତ ୩୦ ପ୍ଲାଟୁନ ଫୋର୍ସ, ୨ଜଣ ଆଡିସିନାଲ ଏସପି , ୩୦ଜଣ ସିନିଆର ପୋଲିସ ଅଫିସର, ୧୦୦ ଜଣ ଓ ଆଇସିଏ ଏସଆଇ, ଟ୍ରାଫିକ ପୋଲିସ, ଲାଇଫ ଗ୍ରାଡ଼, ସାଧା ପୋଷାକଧାରୀ ପୋଲିସ ସହ ମେଳା ପଡିଆରେ ଦୁଇଟି ୱାଚ ଟାୱାର ନିର୍ମାଣ କରାଯାଇଛି। ପ୍ରଶାସନିକ ଅଧିକାରୀ ଓ ପୁରୀ ଜିଲ୍ଲାପାଳ ଉପସ୍ଥିତ ରହି ତିନି ଠାକୁରଙ୍କ ଶୋଭାଯାତ୍ରା , ନୀତିକାନ୍ତି ଓ ବୁଡ ପରିଚାଳନା କରିଥିଲେ।

Leave a comment