ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ ୨୦୨୧: ଖେଳାଳି କରୋନା ସଂକ୍ରମିତ ହେବା ପରେ ଆଜିର ଆରସିବି ଓ କେକେଆର ମ୍ୟାଚ ରଦ୍ଦ

ମୁମ୍ବଇ: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ଦେଶରେ କରୋନା ସଂକ୍ରମଣ ହାର ଦୃତ ଗତିରେ ବୃଦ୍ଧି ପାଉଛି। କରୋନା ଯୋଗୁ ପ୍ରଥମ ଥର ଲାଗି ଆଇପିଏଲର ଏକ ମ୍ୟାଚ ବାତିଲ ହୋଇଛି। ୨ ଜଣ ଖେଳାଳି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କଲକାତା ନାଇଟ ରାଇଡର୍ସ (କେକେଆର) ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

ରିପୋର୍ଟ ମୁତାବକ କୋଲକତା ନାଇଟ ରାଇଡର୍ସର ୨ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ହେଲେ ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର।

କରୋନା ସଂକ୍ରମଣ କାଳରେ ବିସିସିଆଇ ଶକ୍ତିଶାଳୀ ‘ବାୟୋ-ବବଲ’ ଜରିଆରେ ସଫଳତାର ସହିତ ମ୍ୟାଚ ଆୟୋଜନ କରୁଥିବା କହିଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ୨୯ଟି ମ୍ୟାଚ ସଫଳତାର ସହିତ ଶେଷ ହୋଇଥିଲା। ଚେନ୍ନାଇ-ମୁମ୍ବଇରେ ସମସ୍ତ ମ୍ୟାଚ ଖେଳାଯାଇଥିଲେ। କିନ୍ତୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

Leave A Reply

Your email address will not be published.