ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବିଶ୍ବ ଜନସଂଖ୍ୟା ଦିବସ

ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରଯାଏ। ଦ୍ରୁତ ଜନସଂଖ୍ୟା ବୃଦ୍ଧିର କୁପରିଣାମ ବିଷୟରେ ବିଶ୍ବବାସୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ୧୯୮୯ରେ ମିଳିତ ଜାତିସଂଘର ସାଧାରଣ ସଭା ବା ୟୁନାଇଟେଡ୍‌ ନେସନ ଜେନେରାଲ ଆସେମ୍ବ୍ଲି ଜୁଲାଇ ୧୧ ତାରିଖକୁ ବିଶ୍ବ ଜନସଂଖ୍ୟା ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। କାରଣ ୧୯୮୭ ମସିହା ସୁଦ୍ଧା ବିଶ୍ବ ଜନସଂଖ୍ୟା ୫ ଶହ କୋଟି ଛୁଇଁଥିଲା ।

ଏହି ଦିବସ ପାଳନ ଅବସରରେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି କିପରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ଜନସଂଖ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ଚେଷ୍ଟା କରାଯାଇଥାଏ । ୱାର୍ଲ୍ଡମିଟର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଚୀନ୍ ହେଉଛି ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଚୀନ୍ ପରେ ଭାରତର ସର୍ବାଧିକ ଜନସଂଖ୍ୟା ରହିଛି। କିନ୍ତୁ ଭାରତରେ ଯେଉଁଭଳି ହାରରେ ଜନ୍ମହାର ବଢ଼ିଚାଲିଛି ଆଉ ଅଳ୍ପ କେତେ ବର୍ଷ ମଧ୍ୟରେ ଏହା ଚୀନ୍‌କୁ ଟପିଯିବ ବୋଲି ଆକଳନ କରାଯାଉଛି। ଭାରତରେ ଜନସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ହେଲା ନିରକ୍ଷରତା ଏବଂ ଅନ୍ଧବିଶ୍ବାସ।

ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସମ୍ବନ୍ଧିତ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ଲିଙ୍ଗଗତ ସମାନତା, ପରିବାର ନିୟୋଜନ, ମାତୃ ସ୍ୱାସ୍ଥ୍ୟ ଇତ୍ୟାଦି ବିଷୟରେ ଜନସଚେତନତା ସୃଷ୍ଟି କରିବା ହେଉଛି ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ। ଅତଏବ ଜନସଂଖ୍ୟା ବୃଦ୍ଧି ରୋକିବା ଦିଗରେ ସମୟୋପଯୋଗୀ ପଦକ୍ଷେପ ନ ନେଲେ ଏହା ରାଷ୍ଟ୍ରଗୁଡ଼ିକର ବିକାଶରେ ଏକ ମୁଖ୍ୟ ପ୍ରତିବନ୍ଧକ ସାଜିବ । କାରଣ ଜନସଂଖ୍ୟା ବୃଦ୍ଧି ସହିତ ପ୍ରାକୃତିକ ସଂସାଧନ ବୃଦ୍ଧି ପାଉନାହିଁ। ଯଦି ଏଭଳି ଭାବେ ଜନସଂଖ୍ୟା ବୃଦ୍ଧି ପାଏ ,ତେବେ ପ୍ରାକୃତିକ ସଂସାଧନଗୁଡ଼ିକ ଉପରେ ଏହା ଗଭୀର ପ୍ରଭାବ ପଡ଼ିବ। ତେଣୁ ଜନସଂଖ୍ୟାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ, ସେଦିଗରେ ସମସ୍ତେ ଦାୟିତ୍ବବାନ ହେବା ଆବଶ୍ୟକ।

Leave A Reply

Your email address will not be published.