ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବିଶ୍ବ ମ୍ୟାଲେରିଆ ଦିବସ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ ।ମ୍ୟାଲେରିଆ ରୋଗପ୍ରତି ଜନସଚେତନା ସୃଷ୍ଟି କରିବା ସହ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ୍‌ ୨୫ ତାରିଖକୁ ‘ବିଶ୍ବ ମ୍ୟାଲେରିଆ ଦିବସ’ ଭାବେ ପାଳନ କରାଯାଏ। ପ୍ରାୟତଃ ଏସିଆ, ଆଫ୍ରିକା, ଦକ୍ଷିଣ ଓ ମଧ୍ୟ ଆମେରିକାର ଲୋକେ ଏହି ରୋଗର ଶିକାର ହୋଇଥାନ୍ତି। ୨୦୦୭ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୬୦ତମ ଅଧିବେଶନରେ ଏହାକୁ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ସେବେଠାରୁ ମ୍ୟାଲେରିଆର ଭୟାବହତା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ଏହି ଦିନରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମାନ ଆୟୋଜନ କରାଯାଏ। ମ୍ୟାଲେରିଆ ରୋଗର କାରଣ, ନିରାକରଣ, ରୋଗକୁ ଚିହ୍ନିବା, ଚିକିତ୍ସା, ଆଦି ବାବଦରେ ଲୋକଙ୍କୁ ସଚେତନ କରାଇବା, ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଆମ ଦେଶ ଭାରତ ୨୦୩୦ ସୁଦ୍ଧା ମ୍ୟାଲେରିଆକୁ ମୂଳୋତ୍ପାଟନ ଲକ୍ଷ୍ୟ ରଖିଛି। ସେହିପରି ୨୦୨୭ ସୁଦ୍ଧା ପୂରା ଦେଶକୁ ମ୍ୟାଲେରିଆମୁକ୍ତ କରାଯିବା ପାଇଁ ବିଭିନ୍ନ ଯୋଜନା ଚାଲିଛି।

ଅଧିକ ପଢନ୍ତୁ

ପ୍ରତିବର୍ଷ ମ୍ୟାଲେରିଆରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାନ୍ତି। ମାଈ ଏନୋଫିଲିସ୍‌ ମଶା ଦ୍ବାରା ଜଣେ ମ୍ୟାଲେରିଆ ରୋଗୀଠାରୁ ଆଉ ଜଣେ ସୁସ୍ଥ ଲୋକ ଶରୀରରେ ମ୍ୟାଲେରିଆ ରୋଗ ପ୍ରବେଶ କରିଥାଏ। ପରିବେଶ ପାରିପାର୍ଶ୍ବିକ ସଫା ରଖିବା ଦ୍ବାରା ଏହି ମଶାର ପ୍ରାଦୁର୍ଭାବ କମିଥାଏ। ଅନେକ କ୍ଷେତ୍ରରେ ଏହି ରୋଗ ଘାତକ ସାଜିଥାଏ। ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା କରା ନ ଗଲେ ମ୍ୟାଲେରିଆ ରୋଗୀଙ୍କୁ ପ୍ରାଣ ହରାଇବାକୁ ପଡେ। ପ୍ରତିବର୍ଷ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଅବସରରେ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଚୟନ କରାଯାଏ। ଫଳରେ ଉକ୍ତ ବିଷୟବସ୍ତୁକୁ ଆଖି ଆଗରେ ରଖି ସେହି ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୁଏ । ୨୦୨୨ ବର୍ଷ ପାଇଁ ମ୍ୟାଲେରିଆ ଦିବସର ବିଷୟବସ୍ତୁ ରହିଛି “Harness innovation to reduce the malaria disease burden and save lives.

Leave A Reply

Your email address will not be published.